STORYMIRROR

LALIT MOHAN DASH

Romance Classics Inspirational

3  

LALIT MOHAN DASH

Romance Classics Inspirational

ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ

1 min
755

   

ସବୁଜ ଶ୍ୟାମଳା ବୀର ପ୍ରସବିନୀ

ମୋ ଦେଶ ଭାରତ ବର୍ଷ,

ଚିର ବନ୍ଦନୀୟା ରତ୍ନଗର୍ଭା ପୁଣି

ସର୍ବ ମୁଖେ ଭରେ ହର୍ଷ ।।

ଇଂରେଜ କବଳୁ ସ୍ଵାଧୀନ ଲଭିଲା

ଅଗଷ୍ଟ ପନ୍ଦର ଦିନ,

ଦେଶ କିନ୍ତୁ ଆମ ବିନା ସମ୍ବିଧାନେ

ଚାଲିଥିଲା କିଛିଦିନ ।।

ନେହରୁ ପଟେଲ ରାଜେନ୍ଦ୍ର ପ୍ରସାଦ

ମୈ।ଲାନା ଆମ୍ବେଦକର,

ବସାଇ ବୈଠକ ସମ୍ବିଧାନ କଲେ

ଚାଲେ ଦେଶ ସୁରୁଖୁର ।।

ଉଣେଇଶ ଅଣଚାଶ ନଭେମ୍ବର ଛବିଶି

ଆଇନ ଗୃହୀତ ହେଲା,

ଉଣେଇଶ ପଚାଶ ଜାନୁଆରୀ ଛବିଶି

କାର୍ଯ୍ୟକାରୀ ହୋଇଥିଲା ।।

ସେହିଦିନ ଠାରୁ ଭାରତ ବର୍ଷ ମୋ

ସାର୍ବଭୌମ ରାଷ୍ଟ୍ର ହେଲା,

ଧର୍ମନିରପେକ୍ଷ ସମାଜବାଦୀ ରାଷ୍ଟ୍ରେ

ନାମ ପୁଣି ବିଖ୍ୟାତିଲା ।।

ଦିଲ୍ଲୀଠାରୁ ପଲ୍ଲୀ ହିନ୍ଦୁ ମୁସଲମାନ

ପାଳନ୍ତି ହରଷ ମନେ,

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ସର୍ବେ

ନାଚନ୍ତି ହରଷ ମନେ ।।

ସର୍ବ ବୃହତ ଗଣତନ୍ତ୍ର ରାଷ୍ଟ୍ର

ରଖିବା ତାହାର ମାନ,

ଜନତାଙ୍କ ଦ୍ଵାରା ଜନତାଙ୍କ ପାଇଁ

ଜନତାଙ୍କର ଯେ ପୁଣ ।।

ଗାନ୍ଧୀ ରାମରାଜ୍ୟ ନ ମିଳିବା ଯାଏ

ବିଶ୍ରାମ ଯେ ନେବା ନାହିଁ,

ସତ୍ୟ ଅହିଂସାର ପଥ ଅନୁସରୀ

ଦେଶକୁ ନେବାରେ ବାହି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance