STORYMIRROR

Sunanda Mohanty

Fantasy Inspirational Thriller

3  

Sunanda Mohanty

Fantasy Inspirational Thriller

ସାବତ ମାଆ

ସାବତ ମାଆ

1 min
165


ମାଆ ଶବ୍ଦ ପୂର୍ବ ବିଶେଷଣ ଅନେକ

ଏଇଟା ଏମିତି ଏକ ପରିକଳ୍ପିତ ବିହୀନ

ହୀନମନ୍ୟତାର ନୈବେଦ୍ୟ

ପିଛା ଛାଡେନା ବିକଳ ଅସ୍ତିତ୍ୱ

ଯୁଗ୍ମ ଓ ଯୌଗିକ ହେବାକୁ ଦିଏନା କାହାକୁ

କୁଆ ଉଡ଼ିଲେ ଛୁଆ ଡାକିବାକୁ

ସାମାଜିକ ବ୍ୟତିକ୍ରମର ଉପହାସ ମାତ୍ର

ରକ୍ଷିତା ପରି ମାର୍ମିକ ଭାରି କାରୁଣିକ

ଏବେ ସମଲିଙ୍ଗୀ ବିବାହ କଣ ଏହିଭଳି ଶବ୍ଦ

ଯଦି ନୁହେଁ ଅଭେଦରେ କାହିଁ ଭେଦ

ମାଆ ନାମେ କଳଙ୍କ ଯାଉ ପୁତ୍ର ନିଜେ ବୁଝିଯାଉ

ମାଆ ସବୁବେଳେ ଆହା ସାହା ରାହା

ସାବତ ଏକ ସୁପରିକଳ୍ପିତ ସାମାଜିକ ଦୂରତ୍ୱ

ଦୌରାତ୍ମ୍ୟରୁ ମୁକୁଳି କୁସୁମର କଳି

ସ୍ୱାଗତ ସଂଗୀତ ଗାଇ ଅବାହନି ଗୀତି ଗାଇ

ମାଆକୁ ପ୍ରଣିପାତ କରିବାକୁ

ଲାଳନ ପାଳନ ଭିତରେ ଜୀବନ ଦର୍ଶନ ବୁଝିବାକୁ

ସାବତ ମାଆ ନିଜ ଜନ୍ମିତ ମାଆଠୁ ମହାନ

ଯଶୋଦା ଉଦାହାରଣର ଛାୟାକଳ୍ପ 

ଛାୟାଚିତ୍ର ସଚିତ୍ର ଏକମାତ୍ର ପ୍ରତିଧ୍ୱନି ମାଆର

ମାଆ ସବୁବେଳେ ମାଆ ମମତା ଅଳି ଓ କଳିର

ସ୍ବପ୍ନ ହେଉ ସତ ସାବତ ନୁହେଁ ମାଆ ସେତ ମିତ  ।


Rate this content
Log in

Similar oriya poem from Fantasy