STORYMIRROR

Sushantkumar Pradhan

Inspirational

2  

Sushantkumar Pradhan

Inspirational

ସାବିତ୍ରୀ

ସାବିତ୍ରୀ

1 min
13.1K



ପଂଚ ସତୀ ମଧ୍ୟେ ସତୀ ଶିରୋମଣୀ

ଅଶ୍ୱପତିଙ୍କର କନ୍ୟା

ନାଆଁଟି ସାବିତ୍ରୀ ଅଟଇ ଯଶ୍ୱସୀ

କୀରତି ବଳେ ସେ ଧନ୍ୟା ।।


ପରମ ସୁନ୍ଦରୀ ଧୀଶକ୍ତି ସଂପନ୍ନା

ଅଟେ ସର୍ବ ସୁଲକ୍ଷଣା

କର୍ତବ୍ୟ ଜ୍ଞାନ ଓ ଧୈର୍ଯ୍ୟ ଶୃଂଖଳାରେ

ସର୍ବଦା ସିଏ ପ୍ରବୀଣା ।।


ଥିଲା ପତି ଭକ୍ତି ସହନଶୀଳତା ଓ

ସତୀତ୍ୱର ପରାକାଷ୍ଠା

ପୂଣ୍ୟ କୀର୍ତ୍ତି ତୁମ ସାହସ ଶକତି

ଧନ୍ୟ ସାଧ୍ୱୀ ତୁମ ନିଷ୍ଠା ।।


ଅସମ୍ଭବ ସତ୍ୟ କରିଛ ପ୍ରମାଣ

ଦେଖାଇ ସତ୍ୟ ସାମର୍ଥ୍ୟ

ପ୍ରାତଃ ସ୍ମରଣୀୟା ଧନ୍ୟ ହେ ସାବିତ୍ରୀ

ଲାଗୁଛି ସତେ ଅବା ଆଶ୍ଚର୍ଯ୍ୟ ।।


ଯମରାଜା ଦେଖି ତୁମ ପତିଭକ୍ତି

ଯାଚି ଦେଇଥିଲେ ବର

ସ୍ୱାମୀଙ୍କୁ ଫେରାଇ ଦୁଃଖ କଲେ ଦୂର

ଦେଇଣ ପୀୟୁଷ ଝର ।।


ପ୍ରଥମ ବରରେ ପତି ଜୀବଦାନ

ଦ୍ୱିତୀୟେ ତାତଂକୁ ପୁତ୍ର

ଦୁହିତା ଜନମ କରିଲ ସାର୍ଥକ

ଶ୍ୱଶୁରଂକ ପାଇଁ ନେତ୍ର ।।


ତର୍କ ବଳେ ଜିଣି ସ୍ୱାମୀ ଆତ୍ମା ଆଣି

ହୋଇଛନ୍ତି ଆଜି ପୂଜ୍ୟା

ସେଥିପାଈ ଆଜି ପରିପୂର୍ଣତା ସେ

ଜଗତେ ଉଡଇ ଧ୍ୱଜା ।।


ଧନ୍ୟ ହେ ସାବିତ୍ରୀ ଧନ୍ୟ ତୁମେ ସତୀ

ଧନ୍ୟ ତୁମର ସତୀତ୍ୱ

ସ୍ୱୟଂସିଦ୍ଧା ତୁମେ ସ୍ୱୟଂସ୍ୱହା ତୁମେ

ସବୁଠୁ ତୁମେ ମହାନ ।।


ସୁଶାନ୍ତ ପ୍ରଧାନ

ବଂଧହୁଡା

ନରସିଂହପୁର କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational