ସାବଧାନ
ସାବଧାନ
ମୋ ତ୍ରିତାଲା ପ୍ରସାଦ
ଘରର ଯେତେକ ସରଞ୍ଜାମ
ସାବଧାନ ଏସି, ସୋଫା, ଫ୍ରିଜ,
ମୋ ପରିବାର
ପତ୍ନୀ, ଝିଅ ପୁଅ
ବ୍ୟାଙ୍କରେ ଗଛିତ ଟଙ୍କା
ଗଡ଼ରେଜ ରେ ସୁନା ରୁପା
ଅଳଙ୍କାର ସବୁ
ପତ୍ନୀଙ୍କ ଦାମିକା ଶାଢ଼ୀ
ପୁଅଝିଅଙ୍କ ଉପକରଣ
ଦାମିକା ଗାଡି
ସ୍କୁଟି, ବାଇକ ଠୁ
ଯାବତୀୟ ଆସ ବାସ ପତ୍ର
ସବୁ ମୋ ପୁରୁଷାର୍ଥ ର ଫଳ ।
ପୋଥି ପୁରାଣ ରେ ପଢ଼ୁଥିଲି
ସାଧୁ ସୈନ୍ୟସୀକଂ ପାଖୁ ଶୁଣୁଥିଲି
ଏସବୁ କୁଆଡେ ତୋର ଦାନ ,
ଏବେ ଦେଖିଲି ଆଖିରେ
ସବୁ ମମତା ବିଭବ ଛାଡି
ଅଦିନିଆ ଝଡ଼ରେ
ପୋକ ମାଛି ପରି
ମରି ଯାଉଛନ୍ତି ଲକ୍ଷ ଲକ୍ଷ ଜନ
ଜୁଇ ପାଖେ କେହି ନାହାନ୍ତି ପରିଜନ ।
ଖୁଦ୍ର ଭୂତାଣୁ ବି
ସବୁ ଗର୍ବ ଭାଙ୍ଗିଦେଇଛି
ମଶାଣୀରୁ ପାଉଁଶ ଫେରୁନି,
ଧରାକୁ ସରା ଭାବି
ଝୁଲା ଭିତରେ
ଗର୍ବପୋଥି ଥାପି
ସଂକୁନି ର ଗୋଟିଚାଳନାରେ
ପାଇଥିଲୁ ଯେତେ,
ଏବେରେ ବାଇମାନ
ଆସିଛୁ ଏକା ଗଲୁ ବି ଏକା
ଏବେ ଠୁ ହେବାକୁ ହୁସିଆର
ସଙ୍ଗରୋଧ, ଏକାନ୍ତ ଜୀବନ,
କଇଦି ଖାନାରେ ରହି
ଭିତରେ ଥାଇ ବାହାରେ ତାଲା
ବାଟଘାଟ ଦଳବଳ
ସାଙ୍ଗସାଥି ଚିହ୍ନ। ଅଚିହ୍ନା
ଛନ୍ଦ କପଟ ଛଳନା
ବହୁରୂପମୁଖାଟା
କାନ୍ଥ କଣ୍ଟାରେ ଲଟିକିଛି,
ଖେତେଇ ହୋଇ ବାରମ୍ବାର କହୁଛି
ପୁଣି ବାକି କାମ ଅଛି ?
ସୁଜନେ ସାବଧାନ ।
