STORYMIRROR

ବଳରାମ ବାରିକ

Inspirational Others

3  

ବଳରାମ ବାରିକ

Inspirational Others

ସ୍ୱୟଂସେବକ

ସ୍ୱୟଂସେବକ

1 min
13.7K


ସ୍ୱୟଂସେବକ ,ମୁଁ ସ୍ୱୟଂସେବକ।

ସେବାର ନିମିତ୍ତ ଲେଖା ମୋ ଜାତକ।....(୨ଥର)

ସୁରୁଜ ଉଇଁଲେ କାମ ମୋର ଆରମ୍ଭ।

ଏକତ୍ର ସଭିଏଁ ହେଲେ ଶାଖା ପ୍ରାରମ୍ଭ।

ମାନସିକ, ଶାରୀରିକ ହୁଏ ଏଠି ବୌଦ୍ଧିକ।

ବିବିଧ ଖେଳ ଅଟଇ ବଳ ଦାୟକ।

ସ୍ଵୟଂସେବକ,ମୁଁ ସ୍ଵୟଂସେବକ।

ସେବାର ନିମିତ୍ତ ଲେଖା ମୋ ଜାତକ।.....(୨ଥର )

ଦେଶ ସେବା,ଧର୍ମରକ୍ଷା ଶିଖାଏ ମୋତେ ଶାଖା

ବାଣ୍ଟିବାକୁ ବନ୍ଧୁତ୍ଵ ,ମିଳେ ପୁଣି ପ୍ରଶିକ୍ଷା।

ଆସିଲେ ବିପତ୍ତି ଥାଉ ସଦା ସତର୍କ

ପୂରବୁ-ପଶ୍ଚିମ ,କାଶ୍ମୀର ରୁ କଟକ।

ସ୍ଵୟଂସେବକ ମୁଁ ସ୍ଵୟଂସେବକ।

ସେବାର ନିମିତ୍ତ ଲେଖା ମୋ ଜାତକ।.....(୨ ଥର)

ବଢି, ମରୁଡି ହେଉ ଅବା ଭୂମିକମ୍ପ।

ପୀଡିତଙ୍କ ସେବା କରି ,ଗଢୁ ସମ୍ପର୍କ।

ନଥାଏ ଆମକୁ ଡର, କ୍ଲେଶ ଶାରୀରିକ।

ଅଖଣ୍ଡ ଭାରତ ପାଇଁ ବରିବୁ ପଥ କଣ୍ଟକ।

ସ୍ଵୟଂସେବକ ମୁଁ ସ୍ଵୟଂସେବକ।

ସେବାର ନିମିତ୍ତ ଲେଖା ମୋ ଜାତକ।.....(୨ଥର)

ବଳରାମ ବାରିକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational