ସ୍ୱର
ସ୍ୱର
ସ୍ୱରକୁ କାହାର ଭଲଲାଗେ ନାହିଁ
କୁହ ଏ ସଂସାରେ ଆମ
ଦିନରାତି ଚାଲେ ସ୍ୱରର ଝଙ୍କାର
ଦୂର କରିବାକୁ ଭ୍ରମ
ସଭିଏଁ କରନ୍ତି ପ୍ରେମ
ଶୁଣିଦେଲେ ଆହା ତନ୍ମୟ ବିଭୋରେ
ଭୁଲିବା ହୁଅଇ ଶ୍ରମ।୧
ସ୍ୱର ଆସିଅଛି ଶିକ୍ଷା ମନ୍ଦିରକୁ
ଛାତ୍ର ଆଉ ଛାତ୍ରୀ ପାଇଁ
ସ୍ଵରେ ଝୁମିବାକୁ ଆଦେଶ ଦେଇକି
ସରକାର ଅଛି ଚାହିଁ
ଭାଷାର ବିକାଶ ହୋଇ
ମୌଖିକରୁ ହିଁ ତ ଶିକ୍ଷାର ଆରମ୍ଭ
ଯେମିତି କାୟା ଓ ଛାଇ।୨
ସ୍ୱରର ତାଳରେ ଚାଲିବାକୁ ବାଧ୍ୟ
ସକଳ ପ୍ରାଣୀ ଜଗତ
ଈଶ୍ୱର ଖଞ୍ଜିଛି ବଡ଼ ଯତ୍ନକରି
କରିବାକୁ ତାର ମିତ
ଦେହ ଓ ମନର ହିତ
ସ୍ୱରକୁ କିଏ ସେ ଦୂରେଇ ପାରିବ
ବଞ୍ଚିଥିବା ପରିର୍ଯ୍ୟନ୍ତ।୩