STORYMIRROR

Anil kumar Pradhan

Abstract

2  

Anil kumar Pradhan

Abstract

"ସ୍ୱପ୍ନର ଶପଥ "

"ସ୍ୱପ୍ନର ଶପଥ "

1 min
476

ଆସ ଭାଇ ଗାଇଯାଅ ଭାରତର ଗୀତ

ଫର ଫର ଉଡୁଥାଉ ତ୍ରିରଙ୍ଗା ଯେ ନିତ୍ୟ

ସତ୍ୟ -ଶାନ୍ତି -ଦୟା -କ୍ଷମା ହେଉ ଆମ ମନ୍ତ୍ର

ନାଚିଯାଅ,ଝୁମିଯାଅ ,ଛାଡି ହିଂସା ସୂତ୍ର


ଦୁର୍ନୀତିକୁ ଛାଡି ସଭେ ବଂଚିଯାଅ ଭାଇ

ଭାଇଚାରା ,ଦେଶପ୍ରେମ ଏକତାରେ ରହି

ଜୀବନକୁ ଢାଳିଦିଅ ଜନ୍ମଭୂମି କୋଳେ

କାଳଜୟୀ ଇତିହାସ ମନ ସଦା ଭାଳେ


ଉର୍ନତିକୁ କରିସାଥୀ ଚଲାପଥ କାଟ

ଜନ୍ମଦାତ୍ରୀ, ଜନ୍ମଭୂମି ,ସେବାକର ଭାଇ

ଏ ଜୀବନେ ,ପୁଣ୍ୟଧାମେ ଗାଇଯା ଭଉଣି

ଦେଶ ସ୍ଵାର୍ଥେ ,ପ୍ରେମମଞ୍ଜି ,ହୃଦୟରେ ବୁଣି


ଜ୍ଞାନୀ ,ଗୁଣି ,ସୁଧିଜନେ କର ହେ ଶପଥ

ସ୍ଵାଧୀନରେ ଗାଉଥିବା ଜୟ ମାଆ ଭାରତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract