STORYMIRROR

Chinmaya Kumar Nayak

Romance

4  

Chinmaya Kumar Nayak

Romance

ସ୍ୱପ୍ନର ନୀଡ଼

ସ୍ୱପ୍ନର ନୀଡ଼

1 min
386

ଚାଲ୍ ଗଢ଼ିବା ସ୍ୱପ୍ନର ସବୁଜ ନୀଡ଼ଟେ

ତୁ ହେବୁ ସେ ନୀଡ଼ର ଶାରୀ,

ତୋ ଆଖିରେ ହେବି ମୁଁ ଆଶାର ମୟୁଖ

ତୁ ହେବୁ ମୋ ସନ୍ଧ୍ୟା କାକଳି।


ତୋ ପ୍ରେମ ଝୋଟିଚିତା ସେଇ ଆଗଣାରେ

ସଦା ଝଟକିବ ନବ ରଙ୍ଗେ,

ଝାଞ୍ଜି ବୈଶାଖ ଭରା ଋତୁରେ ସାଜିବି

ମୁଁ ସିତ ଚନ୍ଦନ ତୋ ଅଙ୍ଗେ।


ସେଇ ରୋଷଶାଳାରେ ତୁ ଅଣ୍ଣପୂର୍ଣା ସାଜି

ବାଢ଼ି ଦେବୁ ସ୍ୱାଦିଷ୍ଟ ବ୍ୟଞ୍ଜନ,

ପୂର୍ଣ୍ଣ ଆଶ୍ୱାସନାର ମୁଁ ସାଜିବି ମଳୟ

କରୁଥିବି ତୋ ହୃଦ ରଞ୍ଜନ।


ତୁ ସାଜିବୁ ଶୀତଳ ମସୃଣ ଚଟାଣ

ମୁଁ ନଭ ସମ ଛାତ ହେବି,

ତୁ ଫୁଟିବୁ ସୁଗନ୍ଧ ମଞ୍ଜୁଳ କୁସୁମ

ମୁଁ ସବୁଜ ଗାଲିଚା ହେବି। 


ତୁ ରଙ୍ଗୀନ ପରଦା ସାଜି ବାତାୟନେ

ଝୁମିଯିବୁ ମୋହିନୀଟେ ପରି,

ମୁଁ ତୋ ହୃଦୟ ଦୁଆରେ ସଦର ଦରଜା

ତୋତେ କରିବି ମୋ ମନ ପରୀ। 


ତୁ ଦେବୀଟିଏ ହେବୁ ମୋ ହୃଦ ମନ୍ଦିରେ

ମୁଁ ପୂଜାରୀ ସାଜିବି ତୋର,

ଚିଦାକାଶେ ମୋର ଜହ୍ନ ତୁ ସାଜିବୁ

ମୁଁ ନକ୍ଷତ୍ର କୁସୁମ ହାର। 


Rate this content
Log in

Similar oriya poem from Romance