STORYMIRROR

Satyabati Swain

Inspirational

3  

Satyabati Swain

Inspirational

ସ୍ୱପ୍ନର ଅମରାବତୀ

ସ୍ୱପ୍ନର ଅମରାବତୀ

1 min
244

ସୂର୍ଯ୍ୟରେ ସେମାନେ ମୋ ପାଇଁ

ତୋଳି ଦେଲେ ସୁନ୍ଦର ଏକ

ମଖମଲି ଘର

ମୁଁ ବି ନିଜସ୍ୱ ଘରଟିଏ ପାଇବା ଲୋଭରେ

ଖୁସି ହୋଇଗଲି

ମୋ ଘର ମୋ ଘର କହି

ଆତ୍ମଭିମାନରେ ଡେଇଁଲି।


ମୁଁ କଣ ଜାଣିଥିଲି

ଏଠି ପ୍ରତିକ୍ଷଣେ

ଜଳିବାକୁ ପଡିବ

ଜାଳିବାକୁ ହେବ ଦେହ ମନ ଓ ଆତ୍ମା

ହାଏ ! କି ଦୁର୍ବୁଦ୍ଧି କଲି

ସୂର୍ଯ୍ୟରେ ଘର ମୋର ବୋଲି

କିଆଁ ଏତେ ଖୁସି ହେଲି ।


ଏଇ ଦେଖ

ଦେହ ସାରା ପୋଡ଼ା ଘା ର 

ପୋଷ ପୋଷ ଦୁର୍ଗନ୍ଧ ପାଣି ଝରୁଛି

ଦଲ ଦଲ ଘା

ଓଃ କି ଯନ୍ତ୍ରଣା

ଆଉ ସହି ପାରିବିନି

ଲୋଡ଼ା ନାହିଁ ସୂର୍ଯ୍ୟରେ ଘର

କି ଅୟସ ଆରାମ।


ଦିଅ ମୋତେ

ମୋ ସବୁଜ ପୃଥିବୀରେ

କାଠି କୁଟାରେ ନିର୍ମିତ

ଏକ କୁଡ଼ିଆ ଘର

ସେଇଠି ତୋଳିବି ମୁଁ

ମୋ ସ୍ୱପ୍ନର ଅମରାବତୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational