STORYMIRROR

SADASIBA NAYAK

Fantasy

3  

SADASIBA NAYAK

Fantasy

ସ୍ୱପ୍ନ

ସ୍ୱପ୍ନ

1 min
401

ସ୍ୱପ୍ନ ଏକ ବାସ୍ତବତାର ଆହ୍ୱାନ

ଭିକ୍ଷୁକର ଟଙ୍କାଶଯ୍ୟାରେ ଶୟନ

ଅଳସୁଆର ବାରବାଟି କର୍ଷଣ

ପଙ୍ଗୁର ହିମାଳୟ ଲଙ୍ଘନ

ଚାନ୍ଦକୁ ବାମନର ଆକର୍ଷଣ

ଆକାଶ କୟାଁ ସମୁଦ୍ର ମୀନର ମିଳନ।।

ସ୍ୱପ୍ନ,

ଏକ ଉତ୍ତର ଅସମାହିତ ପ୍ରଶ୍ନର

 ଆଲୋକ ଅମାବାସ୍ୟା ଅନ୍ଧାରର

ପଥିକ ନିର୍ଜ୍ଜନ ରାଜପଥର

ଅପତ୍ୟ ବନ୍ଧ୍ୟାଭିଶପ୍ତ ନାରୀର

ବିଜୟ ପରାଜିତ ସମ୍ରାଟର

ନିର୍ଜଳ ରିମ୍ ଝିମ୍ ଶ୍ରାବଣର

ପୁଲକ ଅସହାୟ ଜୀଵନର।।

ସ୍ୱପ୍ନ,

କେବେ ଖରା ଶୀତ ସକାଳର

 ମଳୟ ପ୍ରଣୟ ବସନ୍ତର

ସ୍ପନ୍ଦନ ପ୍ରଫୁଲ୍ଲିତ ହୃଦୟର

ଚିନ୍ତନ ଉଚ୍ଚ ଅଭିଳାଷର

ଇନ୍ଦ୍ରଧନୁ ସୁନୀଳ ଆକାଶର

ମିଳନ ଆତ୍ମା ପରମାତ୍ମାର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy