Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ସ୍ୱପ୍ନ

ସ୍ୱପ୍ନ

1 min
149



ଅତି ମାନସିକ ଅଦ୍ଭୁତ ପ୍ରକ୍ରିୟା

ଅଟେ ସ୍ୱପ୍ନ ସଂରଚନା

ପ୍ରଘଟେ ନିଦ୍ରାରେ ଚଳଚ୍ଚିତ୍ର ପ୍ରାୟେ

ଭାବବୋଧ ସଙ୍କଳ୍ପନା ।


ନିର୍ଦ୍ଦିଷ୍ଟ କେଉଁଠି ମନ ଓ ମସ୍ତିଷ୍କେ

ହୁଅଇ ସ୍ୱପ୍ନ ଉଦ୍ଭବ

ଅଟଇ ଅଜଣା ଉଦ୍ଦେଶ୍ୟ ତାହାର

ଫଳାଫଳ ପରଭାବ ।


ଜୀବନର କ୍ରିୟା ଆଶା ଓ ଆକାଙ୍କ୍ଷା

ଭବିଷ୍ୟତ ସମ୍ଭାବନା

ପ୍ରତିଫଳେ ସୂକ୍ଷ୍ମେ ମାନସେ ବିଚିତ୍ର

ସପନ ଅବଚେତନା ।


ବାଧା ପ୍ରତିବନ୍ଧ ଜୀବନ ସଂଗ୍ରାମ 

ଭାବନା ଅନୁଶୋଚନା

ଆମ ଅଭିଜ୍ଞତା ପରିବର୍ତ୍ତନକୁ

ସ୍ୱପ୍ନ କରେ ସଂସ୍ଥାପନା ।


ଆଭାସୀ ସ୍ୱରୂପ ହୋଇପାରେ ସ୍ୱପ୍ନ 

ଅଳ୍ପ ବହୁ କ୍ଷଣସ୍ଥାୟୀ

ରାତ୍ର ପ୍ରତି ହାର ଅଟେ ଦୁଇ ଘଡି

ପ୍ରକାର ଭିନ୍ନ ଅଟଇ ।


ସ୍ୱପ୍ନ ସାଧାରଣ ହୁଏ ଦୃଶ୍ୟମାନ 

ଅବାସ୍ତବ ଦିବାସ୍ୱପ୍ନ 

ଉଦ୍ରେକ କରଇ ସପନ ଆହ୍ୱାନ 

କର୍ମ କରେ ଉଚ୍ଚାଟନ ।


କାମନା ବାସନା ଭୂତ ପ୍ରେତ ଭ୍ରାନ୍ତି

ବିକୃତି ମନୋଭାବନା

ମନକୁ କରଇ ଦୁର୍ବଳ ନିସ୍ତେଜ

ଘାରେ ତନ୍ଦ୍ରା ଉନ୍ମାଦନା ।


କଦବା କେମିତି ଜୀବନରେ ଥରେ

ମହାର୍ଘ ଦିବ୍ୟ ସପନ

କରେ ସଚେତନ ଗଭୀର ନିଦ୍ରାରେ

ମାର୍ଗ କରେ ଉନ୍ମୋଚନ ।



Rate this content
Log in

Similar oriya poem from Inspirational