STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

0.5  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସ୍ୱପ୍ନ ନା ସତ୍ୟ

ସ୍ୱପ୍ନ ନା ସତ୍ୟ

1 min
13.4K


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ପ୍ରିୟା ଆଜି ତୁମେ ଏଠି,ଆସ ଆସ ଭାଷ

ମଧୁର ପ୍ରଣୟ ଭାଷା,ଶୁଣି ଲଭୁ ଶାନ୍ତି

ଉତ୍କଣ୍ଠିତ ପ୍ରାଣ ମୋର,ବହୁଦିନ ପରେ

ଆଜି ଆନନ୍ଦର ଦିନେ,ଦେଖ ପ୍ରିୟେ ! ଲଭି

ଅକସ୍ମାତେ ମର୍ମନ୍ତୁଦ ଦାରୁଣ ବାରତା

ଉନ୍ମତ୍ତ ପରାଏ ମୁଁ ଯେ ଆସିଛି ଦଉଡ଼ି

ଛାଡି ଶତକାର୍ଯ୍ୟ ଏଡି ବୃଷ୍ଟି ଝଞ୍ଜା ବାତ

ପୋଡ଼ୁଥିଲା ହୃଦ ଶତ ବୃଶ୍ଚିକ ଦଂଶନେ

ଧକ ଧକ ବ୍ୟାପୁଥିଲା ଦୁଃଖ ଦାବାନଳ

ସନ୍ଦେହ ଦୋଳାରେ ହେଉଥିଲି ଦୋଳାୟିତ

ଶତ ଆଶଙ୍କା ଉପୁଜି ହେଉଥିଲା ଲୀନ

ବିଦ୍ରୋହ ନାସ୍ତିକ ଭାବ ଜାଗୁଥିଲା ପ୍ରାଣେ ।

କିନ୍ତୁ ଆଜି ପରାଜିତ ସେ ରୋଗ ଦାନବ

ଦେଉଥିଲା ପ୍ରାସ ଯେହୁ କୋମଳ ପରାଣେ ।

ଦଗ୍ଧ ବୁକେ ଝରେ ଧୀରେ ସୁଶୀତଳ ଝର

ଶାନ୍ତି ପିକ ହୃଦକୁଞ୍ଜେ କରେ କୁହୁତାନ ।

ବାଜି ଉଠୁ ମୂକ ବୀଣା ଖେଳୁ ପରିମଳ

ପ୍ରିୟା ମଧୁ ସ୍ପର୍ଶେ ଉଠୁ ଆନନ୍ଦର ରୋଳ ।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics