Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Abstract

3  

Gunanidhi Samal

Abstract

ସ୍ୱଚ୍ଛ ପରିବେଶ

ସ୍ୱଚ୍ଛ ପରିବେଶ

1 min
11.7K


ଏବେ ଲକ ଡାଉନ ସଟ ଡାଉନ

ଡାଉନ ସମସ୍ତ ଦେଶ

ଚାରିଆଡେ କିନ୍ତୁ ସୁନ୍ଦର ଦିଶୁଛି

ମନଲୋଭା ପରିବେଶ ।

ଯାନ ବାହାନର ଚଳାଚଳ ନାହିଁ

ହେଉନାହିଁ ପ୍ରଦୂଷଣ

ପଲ୍ଲୀଠାରୁ ଦିଲ୍ଲୀ ଯାଉଛି ଦୋହଲି

ହୁଏ ଅକାଳ ମରଣ ।

ବନ୍ୟପ୍ରାଣୀ ସବୁ ବୁଲିଲେଣି ଏବେ

ସହର ବଜାର ଯାଇ

ମଣିଷ ଲୁଚିଛି ଘର କୋଣଟାରେ

ମରଣର ଭୟ ପାଇ ।

ଦେଖୁଛ ସବୁଜ ପାହାଡ଼ ପର୍ବତ

ଦିଶେକେଡେ ମନୋହର

ଏ ମଣିଷ ଜାତି ପ୍ରକୃତି ଜପରେ

କରେ ନିତି ଅତ୍ୟାଚାର ।

ଜଙ୍ଗଲ କାଟିଲା ରାସ୍ତା ତିଆରିଲା

କଲା କଳ କାରଖାନା

ଅଖାଦ୍ୟ ଖାଇଲା ଅଧର୍ମ କରିଲା

ଡାକି ଆଣିଲା କରୋନା ।

ପ୍ରକୃତିକୁ ଭଲ ପାଇଲେ ମଣିଷ

ବିରାଜୀବ ପୁଣି ଶାନ୍ତି

ନୋହିଲେ ବିପଦ ଆସିବ ଘନେଇ

ପିନ୍ଧାକାନି ଯିବ ତିନ୍ତି ।

ଆସ ଭାଇ ଆମେ ଶପଥ କରିବା

ହାତପରେ ଦେଇ ହାତ

ନିଜ ପରିବେଶ ନିର୍ମଳ ରଖିବା

ହୋଇବା ବିପଦ ମୁକ୍ତ ।


Rate this content
Log in

Similar oriya poem from Abstract