ସ୍ୱଚ୍ଛ ଭାରତ
ସ୍ୱଚ୍ଛ ଭାରତ
ଗାନ୍ଧୀ ଦେଖିଥିବା ସ୍ୱଚ୍ଛତାର ସ୍ବପ୍ନ
ଆସ ସାକାର କରିବା
ଗାଆଁ ରୁ ସହର ସହର ରୁ ଗାଆଁ
ସବୁଠି ଶପଥ ନେବା l
ସ୍ୱଚ୍ଛ ଭାରତର ରୂପରେଖ ଆମେ
ଦେବା ଆସ ବଦଳାଇ
ସୁନାର ଭାରତ ଗଠନ କରିବା
ହାତରେ ହାତ ମିଶାଇ l
ସ୍ୱଚ୍ଛତାର ରଙ୍ଗ ସବୁଠି ଭରିବା
ସର୍ବେ ହୋଇ ଏକାକାର
ନିଜେ ସ୍ୱଚ୍ଛ ରହି ସୁସ୍ଥ ପରିବେଶ
ଗଢ଼ିବା ଆମେ ଏଥର l
ଅଳିଆ ଗୋଳିଆ ଅନୀତି ଦୁର୍ନୀତି
ସବୁକୁ ସଫା କରିବା
ହିଂସା ପ୍ରତିହିଂସା ମିଛକୁ ଆଡ଼େଇ
ଅହିଂସା ପଥେ ଚାଲିବା l
ଜାତି ଅଜାତିର ଭେଦଭାବ ଭୁଲି
ସଭିଙ୍କୁ ସମ୍ମାନ ଦେବା
ବିଶ୍ୱ ଭାତୃଭାବ ମନେ ଭରି ଦେଇ
ଭଲ କାମେ ମନ ଦେବା l
ସବୁଜିମା ଭରା ଘଞ୍ଚ ବନାନୀରେ
ସୁନ୍ଦର ଦେଶ ଗଢ଼ିବା
ସ୍ୱଚ୍ଛତା ଶବ୍ଦଟି ନିରୋଗର ଭେଟି
ଏକଥା ମନେ ରଖିବା l
