STORYMIRROR

ଶ୍ଯାମସୁନ୍ଦର କୁମ୍ଭାର

Inspirational

3  

ଶ୍ଯାମସୁନ୍ଦର କୁମ୍ଭାର

Inspirational

ସ୍ୱାର୍ଥ

ସ୍ୱାର୍ଥ

1 min
154

 ସ୍ୱାର୍ଥ କରିଦିଏ ମଣିଷକୁ ଅନ୍ଧ  ହରିନିଏ ମଣିଷତ୍ୱ

ଶାନ୍ତି ମୈତ୍ରୀ ସ୍ନେହ ପ୍ରେମ ଦୟା ଭାବ

  ହ୍ରୁଦୟରୁ କରେ ଲୁପ୍ତ

କାମିନୀ କାଞ୍ଚନ ବିଳାସ ବ୍ୟସନ

  ରାଜକୀୟ କୋଠାବାଡି

ପାଇବାକୁ ସଦା ପଛରେ ଗୋଡ଼ାଏ

   ସୁପଥକୁ ଦିଏ ଛାଡ଼ି

ଭୁଲିଯାଏ ସିଏ ସମ୍ପର୍କର ମୂଲ୍ୟ

  ସମ୍ପତ୍ତି ତା ପାଇଁ ବଡ଼

ସମ୍ପତ୍ତି ପାଇଁ କି ଆପଣା ଲୋକଙ୍କୁ

  କରିପାରେ ଛୁରାମାଡ଼

ଆବଶ୍ୟକ ସ୍ଥଳେ ଯୁବତୀମାନଙ୍କୁ

  ମିଥ୍ୟା ପ୍ରଲୋଭନ ଦେଇ

ବିକ୍ରି କରିଦିଏ ଦଳାଲଙ୍କ ପାଖେ

  ଲକ୍ଷ ଲକ୍ଷ ଟଙ୍କା ନେଇ

ମଣିଷ ଶରୀର ମୁଖ୍ୟ ଅଙ୍ଗ ଜାଣ

 କିଡିନି ଓ ଦୁଇ ଆଖି

ଟଙ୍କାର ଲୋଭରେ ସ୍ୱାର୍ଥାନ୍ଧ ମଣିଷ

  ନେଇ ଯାଇପାରେ କାଟି

 ହେ ବିଦୂଷ ଜନ ସ୍ୱାର୍ଥ ତ୍ୟାଗ କର

   ସ୍ୱାର୍ଥୀଙ୍କ ପଛେ ନ ଯାଅ

ନିଃସ୍ୱାର୍ଥରେ ଜନ ହିତକର କାମ

  କରି ଦେଶକୁ ବଞ୍ଚାଅ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational