ସ୍ୱାର୍ଥ
ସ୍ୱାର୍ଥ
ସ୍ୱାର୍ଥ କରିଦିଏ ମଣିଷକୁ ଅନ୍ଧ ହରିନିଏ ମଣିଷତ୍ୱ
ଶାନ୍ତି ମୈତ୍ରୀ ସ୍ନେହ ପ୍ରେମ ଦୟା ଭାବ
ହ୍ରୁଦୟରୁ କରେ ଲୁପ୍ତ
କାମିନୀ କାଞ୍ଚନ ବିଳାସ ବ୍ୟସନ
ରାଜକୀୟ କୋଠାବାଡି
ପାଇବାକୁ ସଦା ପଛରେ ଗୋଡ଼ାଏ
ସୁପଥକୁ ଦିଏ ଛାଡ଼ି
ଭୁଲିଯାଏ ସିଏ ସମ୍ପର୍କର ମୂଲ୍ୟ
ସମ୍ପତ୍ତି ତା ପାଇଁ ବଡ଼
ସମ୍ପତ୍ତି ପାଇଁ କି ଆପଣା ଲୋକଙ୍କୁ
କରିପାରେ ଛୁରାମାଡ଼
ଆବଶ୍ୟକ ସ୍ଥଳେ ଯୁବତୀମାନଙ୍କୁ
ମିଥ୍ୟା ପ୍ରଲୋଭନ ଦେଇ
ବିକ୍ରି କରିଦିଏ ଦଳାଲଙ୍କ ପାଖେ
ଲକ୍ଷ ଲକ୍ଷ ଟଙ୍କା ନେଇ
ମଣିଷ ଶରୀର ମୁଖ୍ୟ ଅଙ୍ଗ ଜାଣ
କିଡିନି ଓ ଦୁଇ ଆଖି
ଟଙ୍କାର ଲୋଭରେ ସ୍ୱାର୍ଥାନ୍ଧ ମଣିଷ
ନେଇ ଯାଇପାରେ କାଟି
ହେ ବିଦୂଷ ଜନ ସ୍ୱାର୍ଥ ତ୍ୟାଗ କର
ସ୍ୱାର୍ଥୀଙ୍କ ପଛେ ନ ଯାଅ
ନିଃସ୍ୱାର୍ଥରେ ଜନ ହିତକର କାମ
କରି ଦେଶକୁ ବଞ୍ଚାଅ
