STORYMIRROR

samhita jena

Inspirational

4  

samhita jena

Inspirational

ସ୍ୱାମୀଜୀ

ସ୍ୱାମୀଜୀ

1 min
308

ଭାରତୀୟ ଧର୍ମ ଭାରତ ସଂସ୍କୃତି

   ବିଶ୍ବରେ ପ୍ରଚାର କରି

ଆଦର୍ଶର ଭାବ ସାଧୁତା ସ୍ଵଭାଵ

  ଦେଖି ମନ ଉଠେ ପୁରି।


ଉତ୍ସାହର ବାଣୀ ଜୀବନ କାହାଣୀ

    ଜ୍ଞାନର ଭଣ୍ଡାର ଯିଏ

ମାର୍ଗ ଦର୍ଶକ ସେ ଯୁବ ପିଢୀଙ୍କର

    ବିବେକାନ୍ଦ ଯେ ସିଏ।


ଓଜସ୍ୱିନୀ କଥା ଶାନ୍ତିର ବାରତା

     ଦେଶ ମାତୃକାର ସେବା

ସମାଜର ଶକ୍ତି ଅବିରତ ଗତି

      ପଦେ ତାଙ୍କ ପ୍ରଣମିବା।


ନାରୀ ଶକ୍ତିକୁ ଯେ ମାତୃଶକ୍ତି ବୋଲି

     ସର୍ବଦା କରନ୍ତି ପୂଜା

ଶନାତନ ଧର୍ମ ପ୍ରତିଷ୍ଠିତ କରି

     ଉଡାଇଲେ ଧର୍ମ ଧ୍ବଜା।


ଗଙ୍ଗା ନୁହେଁ ନଦୀ ମାଆ ସେ ଆମର

    ତା ପବିତ୍ର ଜଳ ଧାରେ

ଜୀବନ ନିର୍ବାହ କରନ୍ତି ସକଳେ

     ବହେ ଭାରତ ମାଟିରେ।


ତେଜସ୍ୱୀ ଯୁବକ ସନ୍ୟାସୀ ପୋଷାକ

     ଉତ୍ସାହିତ ଭାବ ଆଣେ

ସୃଜନଶୀଳତା ଜ୍ଞାନର ବାରତା

     ସାରା ବିଶ୍ୱ ମନ କିଣେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational