Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Inspirational

5.0  

Ranjan Kumar Brahma

Inspirational

ସ୍ୱାଧୀନତାର ସ୍ୱର

ସ୍ୱାଧୀନତାର ସ୍ୱର

1 min
356


ପାଞ୍ଚରେ ବଞ୍ଚିବା ପାଞ୍ଚରେ ମରିବା

ଶିଖିଲେ ୫ ଅଗଷ୍ଟ ୨୦୧୯ରୁ

ପଞ୍ଚ ଭୁତରେ ଲୀନ ହୋଇବା ଯାଏଁ 

ନ ହଟିବା ଏ ମାଟି ସେବାରୁ ।

ସାକ୍ଷୀ ଇତିହାସ ପଢ଼ା ବହି ଆମ

ତିକ୍ତ ରୋଚକ ଘଟଣା ବହୁଳେ

ଅନୁଭବ ଆଜି ଏ ରାଷ୍ଟ୍ର ନିର୍ମାଣ

ଲଭେ ସତ୍ୟ ନିଷ୍ଠା ଅହିଂସା ବଳେ ।

ନ ମାତିଲା ପର୍ଯ୍ୟନ୍ତ ରାଷ୍ଟ୍ର ପୁରୁଷ

ଶିରିପା ନ ମିଳେ ମାଟି ମାଆକୁ

ଧନ୍ୟ ଆମ ଦେଶ ଜାତିର ଜନତା

ହଁ ରେ ହଁ ମିଳାନ୍ତି ରାଷ୍ଟ୍ର ହିତକୁ ।

ଫୁଟି ଯାଉ ବୁକୁ ଫାଟି ଯାଉ ମଥା

ହାର ନ ମାନନ୍ତି କେହି ଏଠାରେ

ନିଜ ପାଇଁ ବଞ୍ଚି ଦେଶ ପାଇଁ ହସି

କାଟନ୍ତି ଜୀବନ ସଦା ଖୁସିରେ ।

ସଦା ହାସ୍ୟମୟୀ ପବିତ୍ର ଜନନୀ

ସୁଜଳା ସୁଫଳା ଆମ ଭାରତ

ଏ ମାଟି ପାଇଁ ଯେ ତନ ମନ ଦିଏ

ସେମାନେ ସଭିଏଁ ରାଷ୍ଟ୍ର ପୁରୁଷ ।

ଉଡିଲା ତ୍ରିରଙ୍ଗା କାଶ୍ମୀର ଘାଟରେ

ପୁଣି ଉଡିଲା କୁମାରୀ କୋଳରେ

ଜଳ ସ୍ଥଳ ନଭ ସବୁଠି ଉଡିଲା

ଶୌର୍ଯ୍ୟ ଶୋଭେ ଆମ ରାଷ୍ଟ୍ର ଶରୀରେ ।

କେ କହେ ବିଶ୍ୱକୁ ବାଣିଜ୍ୟର ସ୍ଥଳୀ

ଏ ଦେଶ କହେ ଆମ ପରିବାର

ତା'ରି ସେବାରେ ଜୀବନ ଦେବାରେ

ଆସହେ ବୀର ରହି ଏକକାର ।


Rate this content
Log in

Similar oriya poem from Inspirational