STORYMIRROR

Balaram Barik

Inspirational Others

2  

Balaram Barik

Inspirational Others

ସ୍ୱାଧୀନତାର ମଜା

ସ୍ୱାଧୀନତାର ମଜା

1 min
123


ଯେଉଁ ସ୍ୱାଧୀନତାର ମଜା ଆମେ ଲୁଟୁଛେ

ଛାତି ଫୁଲେଇ ଠିଆ ହେଉଛେ

ଏତେ ସହଜରେ ମିଳିନି ଆମକୁ,

ଲକ୍ଷ ଲକ୍ଷ ବଳିଦାନର ଗାଥା ଅଟେ ଏ।

କୋରୋଡା ମାଡ଼ରେ ଦେହରୁ ମାଂସ 

ଉତ୍ତୁରିଛି ଅନେକ ସଂଗ୍ରାମୀଙ୍କର।

ଭୋକ ଶୋଷରେ ଗୁଲାମୀ କରଥିଲେ

ଅସହାୟ ଏଠି ଯେତେ ଥିଲେ ଭାରତୀୟ।

ମୁନ୍ଦାଏ ପାଣି ପାଇଁ ଡହଳ ବିକଳ ଥିଲେ।

କେତେ ଯେ ନୃପତିଙ୍କ ମସ୍ତକ ନଇଁଛି

ଅତ୍ୟାଚାରୀଙ୍କ ବନ୍ଧୁକ ମୁନରେ।

କେତେ ଛାତି ଗୁଳି ଖାଇଛି ସବୁର 

ହିସାବ ନାହିଁ ଇତିହାସର ପୁସ୍ତକରେ ।

ମଥା ଟେକି ବାଟ ଚାଲିବାକୁ ସାହସ 

କରିବାକୁ ଚେଷ୍ଟା ଯେ କରିଛି 

ତା ମୁଣ୍ଡ ଗଡୁଥିଲା ରାଜ ରାସ୍ତାରେ।

କେତେ ଯେ ବିଧବାଙ୍କ ବିଳାପ 

ଗୁଞ୍ଜରିଛି ଏ ସାରା ଅମ୍ବରରେ ।

ହସି ହସି ଫାଶୀ ଖୁଣ୍ଟରେ ଚଢ଼ିଛନ୍ତି 

କେତେ ଯେ ନବ ଯୁବକ ଦେଶ ମା ପାଇଁରେ।

କଥା କଥାରେ ଭାରତକୁ ଖଣ୍ଡ ଖଣ୍ଡ କରିବାକୁ

ମେଳି ହେଉଥିବା ଅଲଗାବାଦୀଗଣ

ପରାଧୀନତାର ସ୍ୱାଦ ତୁମେ ସତରେ କଣ ଜାଣ ?

ଯେଉଁ ସ୍ୱାଧୀନତାର ମଜା ଆମେ ଲୁଟୁଛେ

ଛାତି ଫୁଲେଇ ଠିଆ ହେଉଛେ

ଏତେ ସହଜରେ ମିଳିନି ଆମକୁ,

ଲକ୍ଷ ଲକ୍ଷ ବଳିଦାନର ଗାଥା ଅଟେ ଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational