STORYMIRROR

Kalpana Kumari Pradhan

Inspirational

3  

Kalpana Kumari Pradhan

Inspirational

ସ୍ୱାଧୀନତା

ସ୍ୱାଧୀନତା

1 min
278

ପ୍ରତି ବରଷ ଅତି ସରାଗ ରେ

ପାଳୁଛୁ ଅଗଷ୍ଟ ପନ୍ଦର

ପରାଧୀନତା ର ଶୃଙ୍ଖଳା ରୁ

ମୁକ୍ତ ହେବାର ସ୍ଵାକ୍ଷର


ବୀର ପ୍ରସବିନୀ ଜନନୀ ତୋହର

ଅଧ୍ଵଷିତ ଥିଲା ଗୋରା ର

ଶତ ଶତ ବୀର ଝରାଏ ରୁଧିର

କରିବାକୁ ତାର ସହାଁର


ଜାତିର ଜନକ ଆମରି

ଅହିଂସାକୁ ମୂଳଅସ୍ତ୍ର କରି

ରାମରାଇଜ ସପନ ଆଖିରେ ଧରି 

ଭାରତମାତା ର ଜୟଗାନ କରି


ଏପରି ମାଟିରେ ଜନମ ତୋହର

ସାକ୍ଷୀ ଯେ ଗାଥା ବୀରତ୍ୱ ର

ହୁଅ ନାହିଁ ବଶ ସ୍ୱାର୍ଥ ର

ବୀର ସଇନିକ ତୁ ଜନ୍ମଭୂମିର


ରକ୍ଷକ ଯଦି ଭକ୍ଷକର ରୂପ ଧରେ

ଧନ ଜୀବନ କୁ ସଂଘାରେ 

ବାସ କରି ସ୍ୱାଧୀନ ରାଷ୍ଟ୍ର ରେ

ପରାଧୀନତା ମର୍ମେମର୍ମେ ଅନୁଭବ କରେ  


କ୍ଷିପ୍ରଗତିରେ ବଢ଼ାଇ ପାଦ  ତୋର

ଚୁମ୍ବନ ଆସେ ଉନ୍ନତିର ଶିଖର

ଭୁଲି ନ ଯାତୁ ଭାଇ ଚାର

ଭିନ୍ନତା ମଧ୍ୟେ ଏକତା ଦମ୍ଭ ଆମର


ଦୃଢହେବ ଯେବେ ସମ୍ପର୍କ ବନ୍ଧନର

ଥରାଇ ବ ବକ୍ଷ ଶତ୍ରୁ ର

ଛୁଟୁଥାଉ ଶାନ୍ତି ମାଇତ୍ରି ଧାର

ଦୂର ଦିଗନ୍ତେ ଫୁଟୁ ଉଠୁ କୀର୍ତ୍ତି ଆମର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational