Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Asish Behera

Inspirational

4.0  

Asish Behera

Inspirational

ସ୍ୱାଧୀନତା ସଂଗ୍ରାମ

ସ୍ୱାଧୀନତା ସଂଗ୍ରାମ

1 min
207


ପରାଧୀନ ଥିଲା ମୋ ଭାରତ ଦେଶ

ଅଜସ୍ର କଷଣ ପାଇ

ଇଂରେଜ ଏଇଠି ଶାସନ କରିଲେ 

ଧନ ସମ୍ପତ୍ତିକୁ ନେଇ ।


ସହ ସହ ବର୍ଷ କଷଣ ପାଇଲା 

ଭାରତ ମାଆଟି ମୋର

ଇଂରେଜ ପାଖରେ ବନ୍ଧା ପଡିଥିଲା

ଜୀବନଟି ଯେ ତାହାର ।


ଜନ୍ମ ନେଲେ ଏ ମାଟି ଗାନ୍ଧୀ ସୁବାସ 

କେତେ କେତେ ଦେଶ ପ୍ରେମୀ

ଭାରତ ମା ପାଇଁ ସଭିଏଁ ଲଢ଼ିକି

କରିଥିଲେ ସର୍ବଧର୍ମୀ ।


କଲେ ରକ୍ତପାତ ଆନ୍ଦୋଳନ କେତେ

ହେଲା ଯେ ଗୁଳିର ବର୍ଷା

କିଛି ନ ଡରି ଯେ ଭାରତୀୟ ବୀର

ଭାଙ୍ଗିଲେ ଇଂରେଜ ବସା ।


ଭାଗିଲେ ଫିରଙ୍ଗି ସାତନଈ ଡେଇଁ

ସ୍ୱାଧୀନ ପାଇଲା ଦେଶ

ଦେଶରେ ଉଡିଲା ତ୍ରିରଙ୍ଗା ପତକା

ଶତ୍ରୁ ସବୁ ହୋଇ ନାଶ 



Rate this content
Log in

Similar oriya poem from Inspirational