Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ସ୍ୱାଧୀନତା ଫୁଲ

ସ୍ୱାଧୀନତା ଫୁଲ

1 min
5



ଆମ ଗାଁ ନଈ ପଠା ଅଳସୀ କ୍ଷେତଟି 

ତୁମ ଗାଁକୁ ବାସେ 

ଆମ ଗାଁ ଝରଣାର କାଚକେନ୍ଦୁ ପାଣି 

ତୁମ ଗାଁ ନଈରେ ମିଶେ 

ଆମ ଗାଁ ଆମ୍ବଗଛେ ବଉଳ ବାସିଲେ 

ତୁମ ଗାଁରେ ବସନ୍ତ ପଶେ 

ଆମ ଗାଁ ପକ୍ଷୀ କୂଳ ନପାଇ ଥଳକୂଳ 

ତୁମ ଗାଁ ଗଛେ ଥଣ୍ଟ ଘଷେ 

ଆମଗାଁ ବର ଡ଼ାଳେ ରହୁଥିବା ବାନର 

ତୁମ ଗାଁ ଚାଳରେ ବସେ 

ଆମ ଗାଁ ଝରା ମହୁଲ ଫୁଲ ବାସନାରେ 

ତୁମ ଗାଁ ମହକି ସରସେ 

ଆମ ଗାଁ ରଜଦୋଳି ଚୋରା ଚଇତାଳି 

ତୁମ ଗାଁକୁ ବି ଆସେ 

ତୁମ ଗାଁ ଆମ ଗାଁ ଲୋକ ମିଳିମିଶି ଗଲେ 

ଫଗୁଣ ପରଶେ ସୂର୍ଯ୍ୟ ପ୍ରକାଶେ 

ଆମ ସହର ଓ ତୁମ ସହର ଚଳଣୀ ମିଶି 

ଗାଁ ସହର ଜିଲ୍ଲା ମହକୁମା ହସେ 

ଗାଁ ସହର ଜିଲ୍ଲା ରାଜ୍ୟ ଦେଶ ଆମର 

ସ୍ବାଧୀନତା ଆସେ ବାସେ ରସେ 

ଆମରି ଦେଶର ଆମେରେ ନାଉରୀ 

ପୃଥିବୀ ପୃଷ୍ଠେ ପ୍ରକାଶେ 

ଛାଡି ରାଗ ରୋଷ ହିଂସା ଦ୍ୱେଷ ଅହଙ୍କାର 

ସ୍ବାଧୀନତା ସୂର୍ଯ୍ୟ ଆଶେ 

ଦୈବଦୁର୍ବିପାକ ବା ବତାସ ସୁନାମୀ ଯୁଦ୍ଧ 

ଦୂରେଇଦେବା ଏସବୁ ସନ୍ତ୍ରାସ ହ୍ରାସେ 

ଅଢେଇଦିନ ଜୀଵନେ ଶାନ୍ତି ପ୍ରୀତି ମୈତ୍ରୀ 

ତ୍ରିରଙ୍ଗା ଉଡ଼ୁ ଆକାଶେ ।


Rate this content
Log in

Similar oriya poem from Abstract