ସ୍ୱାଧୀନତା ଦିବସ
ସ୍ୱାଧୀନତା ଦିବସ
ନୂଆ ଆଶା ଆଜି ଉଙ୍କି ମାରୁଛି ଆସିଛି ଆଜି ସେ ଦିନ,
ଯାହା ପାଇଁ ଦିନେ ମୋ ଦେଶ ଜନତା ଦେଖିଥିଲକେତେ ସ୍ବପ୍ନ।
ଶୁଭେ ଆଜି ଶଙ୍ଖ ବିଜୟ ର ବାଜା ଗଗନେ ଶବଦ ଶୁଭେ,
ମୋ ଧରଣୀ ମାତା ଆଜି ବୀର ଦର୍ପରେ ସନମାନ ତାହାର ଲଭେ।
ଯାହା ପାଇଁ ଆଜି ମୁଁ ଯେ ଗର୍ବିତ ଫୁଲି ଉଠେ ମୋର ଛାତି,
କେତେ ସଂଗ୍ରାମୀ ଯେ ପ୍ରାଣ ବଳି ଦେଲେ ବଦଳାଇବାକୁ ଏ ସ୍ଥିତି।
ଆଜିର ଦିନରେ ଯୁବ ପିଢ଼ି କିନ୍ତୁ ଭୁଲି ଗଲେ ସବୁ କିଛି,
ମାଆ ମୋର ସବୁ ଦେଖି ଶୁଣି ଆଜି ଗୁମୁରି ଯେ କାନ୍ଦୁଛି ।
ଉଠ ଉଠ ମୋର ଭାଇ ଭଉଣୀ ହେ ଆସ ଆଜି ନେବା ଶପଥ,
ଏ ଜନ୍ମ ଭୂମିର ସୁରକ୍ଷା ପାଇଁ ଯେ ହେବା ଆଜିହିଁ ସମର୍ଥ।
