STORYMIRROR

Snigdha Panda

Abstract

4  

Snigdha Panda

Abstract

ରୂପାନ୍ତରିତ ପୃଥିବୀ

ରୂପାନ୍ତରିତ ପୃଥିବୀ

1 min
282

ମଣିଷ ଏଠି ଅସହାୟ କେତେ

ଧୂସର ପାହାଡ଼ ଆଉ ଫୁଲର ସହର ମଝିରେ

ତା' ନିଜର ରାସ୍ତାଟା -

ନା ସେ କୁଆଡ଼କୁ ହେଲେ ଯାଇପାରୁଛି ॥


ତା' ପାଇଁ ଶେଷ ଉପହାର 

ମୃତ୍ୟୁ ଯଦି ହେବ 

ସେ କାହିଁକି କହ ଏତେ

ଜୀବନର ବ୍ୟାକରଣ ଘୋଷି ଘୋଷି କ୍ଲାନ୍ତ ହେଉଥିବ ॥


ହୁଏ ତ ମୃତ୍ୟୁ ସେ ପାଖରେ 

ପୁଣି ଏକ ଜୀବନ ଅଛି 

ଅନ୍ତରଙ୍ଗ ପରି 

ପ୍ରିୟତମ ପରି ପ୍ରତି ମୂହୁର୍ତ୍ତରେ 

ଯିଏ ତାକୁ ଉନ୍ମାଦିତ କରୁଛି 

ଆମନ୍ତ୍ରଣ କରୁଛି ॥ 


ଏଇ ଯେ ଅନ୍ଧାରର ଗହ୍ଵରଟା 

ତୁ ତାକୁ ପାରି ହୋଇ ଚାଲି ଆ

ଏ ପାଖରେ ସଂଘର୍ଷ ନାହିଁ 

କେଉଁ ଆଡ଼େ ଯିବୁ 

ଠିକ୍ କରି ନ ପାରିବାର ଦ୍ଵନ୍ଦ ନାହିଁ

ଅଛି ଖାଲି ତୋର ମୋର ଅତୁଟ ସଂପର୍କରୁ ଖିଏ

ମୁଁ ତତେ ଅମୃତ ଆଡକୁ ନେଇଯିବି 

ରୂପାନ୍ତରିତ ପୃଥିବୀରେ ॥



Rate this content
Log in

Similar oriya poem from Abstract