STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ରୂପାନ୍ତର

ରୂପାନ୍ତର

1 min
299


ସାଇକେଲ ଆଗେ ମନୋହାରୀ ଜିନିଷ ପସରା       

ପଛେ ଭର୍ତ୍ତି ଭଙ୍ଗାକାଚ,

ରଦ୍ଦିଟିଣ ପ୍ଲାଷ୍ଟିକ ଓ           

ମଇଳା ବର୍ଜ୍ୟ କେଶ ଖୋଳ, 

ଗାଆଁ ଦାଣ୍ଡ ଗଳିରେ କନ୍ଦିରେ 

ଡାକି ଡାକି ଯାଏ ଫେରିବାଲା-             

 ବାଜୁଥାଏ ଘଣ୍ଟି ଟିଂ ଟଂ ।


ପାଖ ଏକ କୁଡ଼ିଆରୁ ମାଆ ଝିଅ ବାହାରନ୍ତି      

 ମୁହଁଟି ଉଜ୍ଜ୍ୱଳ, ମାଆ ହାତେ ଏକ ଡାଲା      

 ଭଙ୍ଗା ରଦ୍ଦି ଟିଣର ଟୁକୁରା ,

ଝିଅ ହାତେ ମୁଣ୍ଡ ଝଡା ବାଳ, 

ଯତନେ ସାଇତା ଏକ କାଗଜର ଖୋଳେ ।

 ବର୍ଜ୍ୟ ବସ୍ତୁ ପ୍ରତିବଦଳରେ 

ହୁଏ ତାଙ୍କ ସୈ।ଖୀନ ସଉଦା

 ଝିଅ ପାଇଁ ହେଡ କ୍ଲିପ୍ 

ଦୁଇ ଖୋଳ ରଙ୍ଗୀନ ବିନ୍ଦିଆ।

ଗାଁ ଦାଣ୍ଡେ ହଜିଯାଏ ବଣିକ କୁହାଟ

ଅଭିନବ ସଭ୍ୟତାର ପ୍ରଲମ୍ବିତ ପଥେ

 ଶୁଭୁଥାଏ ରହି ରହି ଠୁଣ୍ ଠାଣ୍ ଶବ୍ଦ

ଆବର୍ଜନା ଟୁକୁରାଙ୍କ ମହା ସମାରୋହ ।

ମୁହଁରେ ଫୁଟାଇ ହସ ମଧୁର ପରଶେ

ଅଲିଅଳି ଝିଅ ଭାଲେ ଥାପି ସ୍ୱର୍ଣ୍ଣ ଟୀକା

ଅରୂପରେ ରୂପ ସୃଜେ

 ଜନନୀ ତା ନିରେଖଇ ଘଟ ରୂପାନ୍ତର ।

ସରଳା ବାଳିକା ମୁଖେ ଉଠଇ ଝଟକି

ଧାରେ ସରୁ ହସ

କିଛି କାଳ କ୍ଷଣିକ ଆନନ୍ଦେ ଘୂଞ୍ଚିଯାଏ ଦୁଃଖ ।

  *****



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational