ରୁକ୍ମିଣୀଙ୍କ ଶ୍ରୀକୃଷ୍ଣଙ୍କୁ ପତ୍ର
ରୁକ୍ମିଣୀଙ୍କ ଶ୍ରୀକୃଷ୍ଣଙ୍କୁ ପତ୍ର
ରୁକ୍ମିଣୀଙ୍କ ଶ୍ରୀକୃଷ୍ଣଙ୍କୁ ପତ୍ର
=============
ଭୁବନ ସୁନ୍ଦର ପ୍ରଭୋ
ଦ୍ୱାରକାଧିପତି l
ଚରଣେ ଚରଣଦାସୀ
ଜଣାଏ ପ୍ରଣତି ll
ଭୁବନ ମୋହନ ତବ
ରୂପ ଗୁଣି ଗୁଣି l
କୃଷ୍ଣଗତ ପ୍ରାଣ ଚାହିଁ
ଅଛି ମୁଁ ରୁକ୍ମିଣୀ ll
ଭୀଷ୍ମକ ନନ୍ଦିନୀ ମୁହିଁ
ବିଦର୍ଭ କୁମାରୀ l
ଶ୍ରୀପତି ତୁମ୍ଭଙ୍କୁ ତନୁ
ମନେ ଅଛି ବରି ll
କୃଷ୍ଣଦ୍ୱେଷ କରି ପ୍ରଭୁ ଭାଇ ମହାବଳ l
ରୁକ୍ମୀ ସ୍ଥିର କରି ଅଛି
ବର ଶିଶୁପାଳ ll
ସିଂହରଉଚ୍ଛିଷ୍ଟ ସିନା
ଶୃଗାଳର ଭୋଜ୍ୟ l
ହରି ନିଅ ସଂକଟରୁ
ରଖ ଦେବରାଜ ll
ବିବାହ ସମାପ୍ତ ହେବ
ରଜନୀର ଅନ୍ତେ l
ପତ୍ର ତେଣୁ ପଠାଇଲି
ବିପ୍ରଙ୍କର ହସ୍ତେ ll
ଦୟାମୟ ନାଥ, ଆସ
କହୁଛି ଉପାୟ l
ଗୌରୀପୂଜନ ସମୟେ
ରଥେ ହରିନିଅ ll
ବାହୁଡ଼ି ଯାଉ ବେଦୀରୁ
ଶିଶୁପାଳ ବର l
କୃଷ୍ଣ ସମର୍ପିତ ପ୍ରାଣ
ହେ ବ୍ରଜ ସୁନ୍ଦର ll
ସିଂହ ଭାଗ ଯଦି ପ୍ରଭୁ
ଶୃଗାଳ ଗ୍ରାସିବ l
ରୁକ୍ମିଣୀ ନିଶ୍ଚୟ ପ୍ରାଣ
ଅନଳେ ଝାସିବ ll
ସତ୍ୟଯଦି ସୃଷ୍ଟି ସୂର୍ଯ୍ୟ
ଚନ୍ଦ୍ର ତାରା ମହୀ l
ଭାବ ବୁଝିବେ ମୋହର
ପ୍ରଭୁ ଭାବଗ୍ରାହୀ ll
ନିଶ୍ଚୟ କରିବେ ପ୍ରଭୁ
ଶ୍ରୀଚରଣେ ଦାସୀ l
ଯୁଗେଯୁଗେ ରୁକ୍ମିଣୀ ମୁଁ କୃଷ୍ଣଙ୍କ ପ୍ରେୟସୀ ll 🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
