STORYMIRROR

Paramita Sarangi

Tragedy

2  

Paramita Sarangi

Tragedy

ରୁଦ୍ର ରୂପେ ବର୍ଷା

ରୁଦ୍ର ରୂପେ ବର୍ଷା

1 min
12.9K


ତୁମେ ଆସିଗଲ ପୁଣି

ସେଇ ରୂପରେ

ଠିକ୍ ଯେମିତି ଆସିଥିଲ

ଦଶ ବର୍ଷ ତଳେ


ତୁମେ କଣ ଆସିଗଲ

ମୋ ଘରର ଟିଣ ଛାତ

କାଠର କବାଟ ବଗିଚାର ପତ୍ର ସବୁ

ଶବ୍ଦ କରି

ନିଜ ଅସ୍ତିତ୍ଵକୁ ଜାହିର

କରିବାକୁ ଲାଗିଗଲେ।


ତୁମର ରୁଦ୍ର ରୂପ

ପୁଣି ଥରେ କେହି ଗୋପାଳ

ଗୋବର୍ଦ୍ଧନକୁ ଉଠେଇ ଦେଲେ ‌‌‌‌କି!

କି ଖୋଲି ଦେଲେ ଶିବ ତାଙ୍କର

ତୃତୀୟ ଆଖିକୁ


ଦଶବର୍ଷ ତଳେ ହରାଇଥିଲି

ଏକମାତ୍ର ସନ୍ତାନକୁ

ଉଦ୍ଧାର କରିବାକୁ ଯାଇ ମୋ ଗାଁ ଲୋକଙ୍କୁ

ଲଢ଼ିଥିଲା ତୁମ ସହ

ଆଉ

ତୁମେ ତ ଦେଇଦେଲ ଉପାଧି ମୋତେ

ଶହୀଦ ମଆର

କେମିତି ବୁଝାଇବି ମନକୁ ସେ ତ

ଖୋଜି ଚାଲିଛି ତା ସାହାରା

ଦେଢଟଙ୍କିଆ ସନ୍ତୋଷକୁ

ମଳିଆ ସାର୍ଟର ପକେଟ୍ ରେ ରଖି


ବାହାରେ ତୁମ ପାଦ ଶବ୍ଦ

ଘରେ ମୋ ପାଦ ଶବ୍ଦ

ଦଶ ବର୍ଷ ତଳର , ସଉତୁଣୀ ସାଜିଥିବା ସେ

ଦୃଶ୍ୟ ,ପୁଅଟା ପଡ଼ିଥିଲା ଉପୁଡ଼ି ଯାଇଥିବା

ବରଗଛ ତଳେ


ନାଁ...... ଏଣିକି ଏମିତି ଆଉ ହେବାକୁ ଦେବିନି

ସେ ଦୃଶ୍ୟ, ବୁଢ଼ୀ ଶରୀରର ଅସହାୟ ପଣ,

ସବୁ ଚିନ୍ତା, ସବୁ ଡରକୁ

ରଖିଦେଲି ଟେବୁଲ୍ ଉପରେ

କବାଟ ଖୋଲି ଦେଲି

ତୁମ ଘୁ....ଘୁ ଗର୍ଜନ

ବୃଥା ଚେଷ୍ଟା ଡରାଇ ବାର

ଚାଲ ଯିବି‌ ତୁମ ସହ

ଦେଖାଇଦେବି ତୁମକୁ

ଏକ ବେସାହାରା ବୁଢ଼ୀ

କେମିତି ଲଢିବ ତୁମ ସହ।


ପାରମିତା ଷଡ଼ଙ୍ଗୀ।


ସାପ୍ତାହିକ ପ୍ରତିଯୋଗିତା ନିମନ୍ତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy