STORYMIRROR

Jayashree Maharana

Abstract

2  

Jayashree Maharana

Abstract

ରତ୍ନଗର୍ଭା ମୋର ପୁଣ୍ୟ ଜନ୍ମଭୂମି

ରତ୍ନଗର୍ଭା ମୋର ପୁଣ୍ୟ ଜନ୍ମଭୂମି

1 min
105

ସ୍ୱର୍ଗର ସୁଷମା ଯାହାଠାରେ ଠୁଳ

ସେହି ମୋ' ଭାରତବର୍ଷ

ଚିର ପ୍ରସବିନୀ  ପବିତ୍ର କାରିଣୀ

ଦେଶ ମଧ୍ୟେ ଶ୍ରେଷ୍ଠ ଦେଶ


କି ଦେବି ଉପମା ଅନନ୍ୟ ଶୋଭାର

ରୂପଗୁଣେ ଅନୁପମା

ପୂର୍ଣ୍ଣ ଅବୟବ ନାନା ଭୂମିରୁପ

ମନଲୋଭା ସୁବୁଜିମା


ବିଶାଳ ସାଗର ତରଙ୍ଗର ମାଳ

କରିଥାନ୍ତି ପଦ ଧୌତ

ସବୁଜ କ୍ଷେତରେ ସୁନାର ଫସଲ

ବାତ ସ୍ପର୍ଶେ ନୃତ୍ୟରତ


କେତେ ଯେ ତଟିନୀ ସ୍ନିଗ୍ଧ ନିର୍ଝରିଣୀ

କୁଳୁକୁଳୁ ଗୀତ ଗାଇ

ଅଙ୍କାବଙ୍କା ପଥେ ବହି ଯାଉଛନ୍ତି

ବାଧାବିଘ୍ନ ଯେତେ ଡେଇଁ


ଶୁଭ୍ର ତୁଷାରରେ ଆଚ୍ଛାଦିତ ଗିରି

ଲାଗୁଥାନ୍ତି ଭାରି ତୋରା

ବନେ ଉପବନେ ପୁଷ୍ପର ମହକେ

ସୁବାସିତ ଦେଶ ସାରା


ଭିନ୍ନ ଭିନ୍ନ ଶୈଳୀ ନାନା କୀର୍ତ୍ତିରାଜି

ପ୍ରସ୍ତରର କାରୁକଳା

ଶୋଭାର ସ୍ଵାକ୍ଷର ନାହିଁ ପଟାନ୍ତର

ମୂର୍ତ୍ତି ଦେହେ ଦେହେ ବୋଳା


ଦେଶବାସୀଙ୍କର ବେଶ ପରିପାଟୀ

ନାନାରଙ୍ଗେ ପରିପୂର୍ଣ୍ଣ

ନୃତ୍ୟ ଗୀତ ଭାଷା ନିଆରା ଧନରେ

ଜିଣିଥାଏ ଜନମନ


ରତ୍ନଗର୍ଭା ମୋର ପୁଣ୍ୟ ଜନ୍ମଭୂମି

ମମତାର ପ୍ରୀତିଧାରା

ସୌନ୍ଦର୍ଯ୍ୟ ମଣ୍ଡିତା ବିଶ୍ୱେ ପରିଚିତା

ଶାନ୍ତି ମୈତ୍ରୀ ତୃପ୍ତି ଝରା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract