ରତ୍ନାକର ଚଂପୂ (ଟ)
ରତ୍ନାକର ଚଂପୂ (ଟ)
ରତ୍ନାକର ଚଂପୂ
ଚୌପଦୀ ରତ୍ନାକର
ଟ
ରାଗ - ଦେଶାକ୍ଷ
ଟିକାକ ଦୋଷକୁ ରାମା କେଡେ ରୁଷା ରୁଷିଲା ରେ (ପଦ)
ଟୋପରେ ପକାଇ ରୋଷେ, ନିଗ୍ରହ ଶଲ୍ୟ ବିଶେଷେ,
ମୋ ସୁଖ ମୃଗକୁ ତ ସେ ଧରା ଭୂଷା ଭୂଷିଲା ରେ (1)
ଟାକର ମାରି ମୋଆଶା, ମୁଣ୍ଡେ ଖଞ୍ଜରୀଟ ଦୃଶା,
ପରିପନ୍ଥି ଲୋକହସା, କରିବାକୁ ବସିଲା ରେ (2)
ଟିକିଏ ହେଲେ ବିବେକ, ନକରି ସେବକ - ବେକ
କରତ ବୋଲି ଦର୍ପକ ଦାରୁଣକୁ ପେଷିଲା ରେ (3)
ଟମକ ଯେ ବାଜେ ବ୍ରଜ ବଜାରେ ଦୟାଳୁରାଜ
ବୋଲି ମୋ ଦଣ୍ଡରୁ ଆଜ, ଦାଣ୍ଡକୁ କି ଦିଶିଲା ରେ (4)
ଟୋକାଏ ଥିଲେ ଗହଣେ, ଟାକି ଉରଜ ଗ୍ରହଣେ,
ଟିପି ଦେଲି ନଖ ସେହି କଥାକୁ କି ଘୋଷିଲା ରେ (5)
ଟେକାନ୍ତା ବିବେକବତୀ ମଣ୍ଡଳେ ବଳକ୍ଷଛତି,
ବୋଲେ କବିରବି ସବୁ କ୍ରୋଧନରେ ଭାଷିଲା ରେ (6)
କବି ସୂର୍ଯ୍ୟବଳଦେବ ରଥ
