STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ଟ)

ରତ୍ନାକର ଚଂପୂ (ଟ)

1 min
464

ରତ୍ନାକର ଚଂପୂ

ଚୌପଦୀ ରତ୍ନାକର

ରାଗ - ଦେଶାକ୍ଷ


ଟିକାକ ଦୋଷକୁ ରାମା କେଡେ ରୁଷା ରୁଷିଲା ରେ (ପଦ)

ଟୋପରେ ପକାଇ ରୋଷେ, ନିଗ୍ରହ ଶଲ୍ୟ ବିଶେଷେ,

ମୋ ସୁଖ ମୃଗକୁ ତ ସେ ଧରା ଭୂଷା ଭୂଷିଲା ରେ (1)

ଟାକର ମାରି ମୋଆଶା, ମୁଣ୍ଡେ ଖଞ୍ଜରୀଟ ଦୃଶା,

ପରିପନ୍ଥି ଲୋକହସା, କରିବାକୁ ବସିଲା ରେ (2)

ଟିକିଏ ହେଲେ ବିବେକ, ନକରି ସେବକ - ବେକ

କରତ ବୋଲି ଦର୍ପକ ଦାରୁଣକୁ ପେଷିଲା ରେ (3)

ଟମକ ଯେ ବାଜେ ବ୍ରଜ ବଜାରେ ଦୟାଳୁରାଜ

ବୋଲି ମୋ ଦଣ୍ଡରୁ ଆଜ, ଦାଣ୍ଡକୁ କି ଦିଶିଲା ରେ (4)

ଟୋକାଏ ଥିଲେ ଗହଣେ, ଟାକି ଉରଜ ଗ୍ରହଣେ,

ଟିପି ଦେଲି ନଖ ସେହି କଥାକୁ କି ଘୋଷିଲା ରେ (5)

ଟେକାନ୍ତା ବିବେକବତୀ ମଣ୍ଡଳେ ବଳକ୍ଷଛତି,

ବୋଲେ କବିରବି ସବୁ କ୍ରୋଧନରେ ଭାଷିଲା ରେ (6)

କବି ସୂର୍ଯ୍ୟବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics