STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ର)

ରତ୍ନାକର ଚଂପୂ (ର)

1 min
289

ରତ୍ନାକର ଚଂପୂ

ଚୌପଦୀ ରତ୍ନାକର

ରାଗ ମୁଖାବରୀ

ରାମାବର ରେ , ତୋଷ କରିଲୁକି ନଉକରରେ,

ରଦନର ବ୍ରଣ ଦେଖି ଦରପଣ ବିମ୍ବରେ ଦଶନାମ୍ବରରେ (ପଦ)

ରୁଦ୍ରଣୀଙ୍କ ବ୍ରତ, ଦିନେ ସନ୍ତପତ , ହୋଇ ମନମଥ ଜ୍ୱରରେ,

ରମ୍ଭା ସମ୍ଭାବନାଯୋଗ୍ୟ ଉରୁମୂଳ ଛୁଇଁ ଦେବାରୁ ନଖର ରେ (1)

ରାତି ପାହିଗଲା ବୋଲି କମ୍ପୁଥିଲୁ ଗୁରୁଜନଙ୍କର ଡରରେ,

ରତି ଶେଷେ ହଟି ଛନ୍ଦିଲି ତୋ କଟି ଯାହା ପୀତ ଫେଟା ଫେରରେ (2)

ରାଣ ବୋଲୁ ଠେସି ନଖି ଭାଷିହସି ପଶିଗଲୁ ଅନ୍ତଃ ପୁରରେ,

ରସିକାରେ ପାଣି ବାଜିବାରେ ଜାଣି ନାହିଁ ମୁଁ ତୋ ପୟୋଧରରେ (3)

ରଙ୍କ ସଦୃଶତ ହେଉଥାଏ ଚିତ୍ତ ବୁଡି ତୋ ଶୋଭା ନିର୍ଝରରେ,

ରମିବାରେ ଚେତା ରହେକି ପଣ୍ଡିତା ମଣି ବିବେଚନା କରରେ (4)

ରସିଲେ ଏ ବାଣୀ ଶୁଣି ଠାକୁରାଣୀ ମୋହନମୁରଲୀଧରରେ,

ରଥକୁଳ  ଜଳନିଧି ବୀଚି ବଳଦେବ ବନ୍ଦେ ଅବସରରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics