STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ହ)

ରତ୍ନାକର ଚଂପୂ (ହ)

1 min
381

ରତ୍ନାକର ଚଂପୂ

ଚୌପଦୀ ରତ୍ନାକର

ରାଗ କାଫି

ହେଳେ ହରିହୟଭୂତି ଆଜି ମିଳିଲା ରେ (ପଦ)

ହାସ ପିୟୂଷ ଶୀକର, ହୃଷ୍ନମୁଖ ଶଶିକର, ସନ୍ଦେହ

ଅନ୍ଧକାର କୁ ଗିଳିଲା ରେ (1)

ହରଷେ ମୋ ଚାଟୁବାଣୀ ହୃଦୟ କଞ୍ଜକୁ ଆଣି,

ହରିଣାକ୍ଷୀ ଯା ମୋ କୋଳେ ଖେଳିଲା ରେ (2)

ହଜାରେ ଚୁମ୍ବିଲି ଘଷି, ଗଣ୍ଡେ ଗଣ୍ଡ ଇଷି ଇଷି

ଗିର ସଙ୍ଗେ କି ରସ ଉଛୁଳିଲା ରେ (3)

ହୃଦେ ଲଗାଇଲି ସ୍ତନ, ହଗି ତାଳ ତାଳଧନ,

ମନ ଘନ ପରିରମ୍ଭେ ବଳିଲା ରେ (4)

ହରିଲି ବସନ ଯହୁଁ,ହସି ବ୍ୟାଜେ ଉହୁଁ ଉହୁଁ,

ଭାଷୁଥିଲା ମୁଖେ ମାତ୍ର ଚଳିଲା ରେ (5)

ହରିଦଶ୍ୱଦେବସୁତା, ତଟନାଟ ଉତ୍ପରତା

ହାଟକାଙ୍ଗୀ ଲାଉ ଫଳ ଫଳିଲା ରେ (6)

ହଟେ ପୁରି ଅଭିଳାଷ,ହେବାରେ ମୁଁ ପୂର୍ଣ୍ଣତୋଷ,

କବିରବି ରାୟଗୁରୁ କଳିଲା ରେ (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics