STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ଭ )

ରତ୍ନାକର ଚଂପୂ (ଭ )

1 min
151

ରତ୍ନାକର ଚଂପୂ

ଚୌପଦୀ ରତ୍ନାକର

ରାଗ କାମୋଦୀ

ବୂଲୋକର ଭର୍ମଭୂଷା ଯୋଷା ରତନ ରସାଳସା ସେ,

ଭଙ୍ଗୁର ତରାଳକ ଠାଣି, ଭର୍ଗଅହିତ ମାର୍ଗଣ ଶତ ସମୋହନ ଚାହାଣି,

ଭାବତୁନ୍ଦିଳ କେଳିକୋକିଳ, କଳକୂଜନ ବାଣୀ, ଭାରି ନିତମ୍ବ ବିମ୍ବ ଉରଜା,

ବାରିଜନେତ୍ରା, ନାଗରୀରାଜା,ବଲ୍ଲରୀ ମୋର ରଙ୍ଗ ସୁନ୍ଦର ପଲ୍ଲବସାର ପାଣି (1)

ଭଲା ତା ଲୀଳା ଚଞ୍ଚଳ ଡୋଳା ଅପାଙ୍ଗପ୍ରାଙ୍ଗଣଖେଳା, ପସନ୍ଦକୁନ୍ଦ ସୁନ୍ଦର ମନ୍ଦହାସ,

ଭୂଯୁଗଖେଳ ଚପଳ ନୀଳ ଭୁଜଙ୍ଗିନୀ ସଂକାଶ, ଭୟାଭିନୟ ଦୟା ବିନୟ ନୟନ ଫରମାସ,

ଲିଭିଲେ ଲେଖି ମୋ ବଦନ, ଚୁମ୍ବନେ ବଳାଇ ମନ,ଚାହିଁମୋତେ,

 କି ସ୍ନେହସ୍ମିତେ ଠାରେ,  ଦଶନବାସ (2)

ଭରତକୃତ ସିଦ୍ଧାନ୍ତ ମତ ସଙ୍ଗୀତ କଳା ସମ୍ପତ୍ତି ନୁତ, ନବୀନ ବନରୁହ ବିପିନଭୃଙ୍ଗୀ,

ଭାରତୀଙ୍କର ସାର ଭଣ୍ଡାର , ଲୁଣ୍ଠନ ଖାନାଜଙ୍ଗୀ, ଭୂଷଣତତି ଶୋଭା ସମ୍ପତ୍ତି,

ଜନନ ଚତୁରାଙ୍ଗୀ, ଭିଦୁରପାଣି ନୀଳମଣିକୁନ୍ତଳ, କୃତଚାରୁବେଣୀ,

ବିମ୍ବ ପ୍ରତିବିମ୍ବ, ଭଦନଅମ୍ବରା, ପ୍ରାଣସଙ୍ଗୀ (3)

ଭଜନ ଇଷ୍ଟମନ୍ତ୍ର କାରିକା ଭାବିନୀ ସେ ମୋ ଜୀବିକା ବିକା,

ମୋ ଦେହ ତାହାରି ସ୍ନେହ ଧନେ, ଭଗାରୀଜନ ବଦନ ମ୍ଳାନ ହୁଏ ,

ତା ଅବଧାନେ, ଭୂମିରେ କାହିଁ ଶରଣ ନାହିଁ ତହା ବାହାରେ ଆନେ,

ଭରସା ସାର ସେହି ମୋହର ଭଲହୋଇବା ଭାଲାକ୍ଷର କାହିଁ ରୂପକିଶୋରୀ ଉପମାନେ (4)

ଭୃତ୍ୟବତ୍ସଳା, ନୃତ୍ୟକୁଶଳା,ଦାସୀ ଅନୁରାଗଶୀଳା,

କୁଞ୍ଜନୀଳୟପୁଞ୍ଜ ମଞ୍ଜୁଳଖେଳା, ଭୃତେଶପରଶର

ବିକାର କୀଲାଲନିଧି ଭେଳା, ଭୂତାନୁକମ୍ପା,ଜଳଧିଶମ୍ପାଗୋରୀ

ଅନୀଳଚେଳା, ଭାଷଇ କବି ମିହିର ଭାବି ବ୍ରଜରାଜନନ୍ଦନ ଗାନ୍ଧର୍ବୀ

ଚାରିପଦ ବାରି ରୁହରେ କରି ମାନସ ମେଳା (5)

କବିସୂର୍ଯ୍ୟ ବଳଦେବ ରଥ


Rate this content
Log in

Similar oriya poem from Classics