STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚମ୍ପୂ (ଧ)

ରତ୍ନାକର ଚମ୍ପୂ (ଧ)

1 min
359

ରତ୍ନାକର ଚମ୍ପୂ

(ଚୌପଦୀ ରତ୍ନାକର)


(19)


ସଖି ପ୍ରତି ଶ୍ରୀକୃଷ୍ଣ

ରାଗ ବଙ୍ଗଳାଶ୍ରୀ ଏକତାଳି


ଧରଣୀ ମଣ୍ଡନାକୁ ତୁ କହ ସହଚରୀ ଗୋ

ଧୀରା ମୋଠାରେ ନିରାଶ ନ କରିବା ପରି ଗୋ (ଘୋଷା)

ଧଇଲେ ହେଳେହେଁ କଣ୍ଠ ତଟରେ ଜୀବିତ ଗୋ

ଚିର ତୃଷାତୁରେ ସେ ଅସ୍ଥିର କରି ଚିତ୍ତ ଗୋ

ଧର ଧର ଅଭିନବ ଉଦକ

ଧାରା ପାନ ବିହୀନରେ ଚାତକ

ଧରା ସରିଲେ କି ହୁଏ ଉତ୍ସୁକ

ବିଚକ୍ଷଣୀ କି ନକରେ ବିବେକ ଗୋ (1)

ଧର କି ବିନା ଇନ୍ଦୁ କୁମୁଦ ଆନନ୍ଦ ଗୋ

ପ୍ରଭାକର ବିନା ବିକାଶ ଅରବିନ୍ଦ ଗୋ,

ବରହୀ କି ନବ ଉଦୟ ଘନ

ବିହୀନେ ନଚାଇ ପାରେ କି ଆନ

ସେପରିରେ ସେ କିଶୋରି ରତନ

ବିହୀନେ ଆନେ ରସେ କି ମୋ ମନ ଗୋ (2)

ଧରାଶୋଭିନୀ ମୋଠାରୁ ତେଜିଲେ କୃପାକୁ ଗୋ

ଧରି ପାରିବି ପିଣ୍ଡେ ପରାଣ କି

ପ୍ରତି ଆଶା କରି ଶଶ ଶଶୀକି

ତେଜିବାର ଯିବ ଆଜ ସରିକି,

ବହି ତାକୁ ବିଧୁ ଦେଲା କଳଙ୍କି

ନ ଭାବେ କି ସେ ତ ଅଟେ ବିବେକୀ ଗୋ (3)

ଧରାରେ ତା ସମ ନାହିଁ ବିଚକ୍ଷଣା ପଣେ ଗୋ

କିମ୍ପା ମୋରେ ମାନ କରିଅଛି ଅକାରଣେ ଗୋ

ନବଘନେ ବିଦ୍ୟୁଲତା ସଦୃଶେ,

ବିଳସ ମୋ ଅଙ୍ଗେ ଅତି ହରସେ

ଦେଖ ବସନ୍ତ ଶୋଭା ପରକାଶେ

ସପ୍ରେମରେ ହରିଚନ୍ଦନ ଭାଷେ (4)

                       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics