STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚମ୍ପୂ (ଭ)

ରତ୍ନାକର ଚମ୍ପୂ (ଭ)

1 min
251

ରତ୍ନାକର ଚମ୍ପୂ

(ଚୌପଦୀ ରତ୍ନାକର)

(24)


ରାଧାଙ୍କ ପ୍ରତି ସଖି

ରାଗ- କେଦାର- ଝୁଲା


ଭୁଲନା ସଖି ତୁ ତା ଗିରେ

             ଭଲ ନୁହେଁ ପ୍ରୀତି ଶ୍ୟାମ ସଙ୍ଗରେ (ଘୋଷା)

ଭ୍ରମିଗଲି ସିନା ସଜନୀ, କପଟ ବାଣୀ ସତକରି ମଣି

କରୁ ପଛେ ବଂଶୀ ଧ୍ୟନି,

             ନ କହି ସହି,ରହ ହୋଇ ତୁନି (1)

ଭୀତିନାହିଁ ମନଦଶରେ, ଆଉ କ୍ଷଣ - ଭାବକୁ ମୁଁ ନପାରେ

ଚିଡିଲୁ ତ ତା ଚିତ୍ତ ବାରେ,

                     ରଖିଅଛ ହୃଦେ ବରି ମୁଁ ଗାରେ (2)

ଭାବବଶେ ଯାହାର ପାଶେ, କାଲି ରହିଲା ସେ ବିସୋରି ବାସେ

ସଙ୍ଗେ ତାର ସୁରତ ରସେ

                     ମାତୁ ଯା ତୁ କହିଦିଅ ହରସେ (3)

ଭୃଙ୍ଗପରି ଶ୍ୟାମ ସ୍ୱଭାବ, ନେବ କୁଳବଧୂଙ୍କର ସେ ଜୀବ

ନିଶ୍ଚୟ ମୋ କଥାକୁ ଭାବ

             ଭଣେ ହରିଚନ୍ଦନ ଜଗଦେବ (4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics