Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ରଥଯାତ୍ରା

ରଥଯାତ୍ରା

1 min
150



ବାରମାସରେ ଜଗାଙ୍କ ତେରଯାତ୍ରା

ରଥଯାତ୍ରା ଅଟେ ଶ୍ରେଷ୍ଠ

ଅକ୍ଷୀତୃତୀୟା ତିଥିରେ ରଥଅନୁକୂଳ

ପୁରୀ ରଥଯାତ୍ରା ବରିଷ୍ଠ

ନବଦିନବ୍ୟାପୀ ରଥଯାତ୍ରା ଅନୁଷ୍ଠିତ

ଜଗନ୍ନାଥ ମହିମା ସୁସ୍ପଷ୍ଟ

ଗୁଣ୍ଡିଚା ମାଆଙ୍କ ପୋଡପିଠା ସଙ୍ଗେ

ଆଡ଼ପ ଦର୍ଶନ ପରାକାଷ୍ଠ

କେତେ କେତେ ଭକ୍ତ ଆସନ୍ତି ପୁରୀକୁ

ଭୁଲି ଦୁଃଖ ଯନ୍ତ୍ରଣା କଷ୍ଟ

ବଡ଼ଦାଣ୍ଡେ ଦେଖିବାକୁ ରଥଯାତ୍ରା ବରଷକେ ଥରେ ଦେଖିବାକୁ ଆଭିଷ୍ଟ

ଏବେବି ଦାସିଆ ବାଉରୀ ବନ୍ଧୁମହାନ୍ତି

ଅଛନ୍ତି ଭକ୍ତ ଚିହ୍ନିବାକୁ କଷ୍ଟ

ସାଲବେଗ ସମ ଭକ୍ତ ଥିଲେ ଓ ଅଛନ୍ତି

 ଜଗନ୍ନାଥ ଜାଣନ୍ତି ସୁପଷ୍ଟ

ଭକ୍ତ ଭଗବାନ ଏକାଠି ହୁଅନ୍ତି ବଡ଼ଦାଣ୍ଡେ

ରଥଯାତ୍ରା ମହିମା କାଟେ ରିଷ୍ଟ

ଆଡ଼ପମଣ୍ଡପେ ଦର୍ଶନେ ଭକ୍ତିଭାବେ ଭକ୍ତର

କଟେ ନବଗ୍ରହ ରିଷ୍ଟ

ତାଳଧ୍ଵଜ ଦେବଦଳନ ନଦିଘୋଷେ

ଚତୁର୍ଦ୍ଧା ଝୁଲି ଝୁଲି ଆସନ୍ତି ସ୍ପଷ୍ଟ

ହେରା ପଞ୍ଚମୀରେ ଅଭିମାନେ ଲକ୍ଷ୍ମୀମା

ଯାଇ ଭାଙ୍ଗି ଆସନ୍ତି ରଥ କାଷ୍ଠ

ଭାଇ ଭଉଣୀ ସାଥିରେ ଗୁଣ୍ଡିଚା ନଅରେ

ଗଲେ ଜଗନ୍ନାଥ ଲକ୍ଷ୍ମୀମା ମନକଷ୍ଟ

ବାହୁଡ଼ା କାଳରେ ସିଂହଦ୍ୱାରେ ରଥରେ

 ସୁନାବେଶ ସାରି ଜଗତ ଇଷ୍ଟ

ରସଗୋଲା ଦେଇ ମାନଭଞ୍ଜନ କରାଇ

ବଡଦେଉଳରେ କରି ଉପବିଷ୍ଟ

ଯୋଡ଼ା ଆଷାଢେ ନବକଳେବର ବେଳେ

ଚତୁର୍ଦ୍ଧାଙ୍କ ନବ ବିଗ୍ରହ କରାଏ ଆକୃଷ୍ଟ

ରଥଯାତ୍ରା ପରମ୍ପରା ଓ ସଂସ୍କୃତି ଊର୍ଦ୍ଧରେ 

ଉତ୍କଳ ରାଜାଧିରାଜଙ୍କ ସନ୍ଧି ସ୍ପଷ୍ଟ

ପୁରୀ ମଉଡମଣିଙ୍କ ଛେରାପହଁରା ଦେଖି

ଭକ୍ତ ସନ୍ତୁଷ୍ଟ ,ଦେଖି ନୀତିନିର୍ଘଣ୍ଟ

ରଥଯାତ୍ରାର କଥା ବର୍ଣ୍ଣନ ପୋଥି ନିଅଣ୍ଟ 

ରଥଯାତ୍ରାରେ ଭକ୍ତି ଓ ଭକ୍ତ ସମ୍ପର୍କ ଭିତରେ

କଳନା ବାହାରେ ଅନିର୍ଦ୍ଦିଷ୍ଟ କିନ୍ତୁ ଆକୃଷ୍ଟ ।


Rate this content
Log in

Similar oriya poem from Classics