STORYMIRROR

Sunanda Mohanty

Inspirational Children

3  

Sunanda Mohanty

Inspirational Children

ରଥଯାତ୍ରା

ରଥଯାତ୍ରା

1 min
234

 


ମୁନା ମୁନିଙ୍କର ସ୍କୁଲ ଛୁଟି 

ରଥଯାତ୍ରା ଦେଖିବେ ବୋଲିଟି 

ବାହାରିଲେ ଯେବେ ବୁଢ଼ୀ ମାଉସୀଟି 

ଚାଲି ଚାଲି ଥକି ପଡିଲାଣି ଅଣ୍ଟା ପିଠି

ଦୁହେଁ କାନ୍ଧୁଅ କରି ନେବେ ଭାବିଟି 

ମୁନା ବସିଯାଇ ଦେଖାଏ ପିଠି

ମୁନି ହାତ ଧରି ଉଠାଏ ମାଉସୀ ଗୋଇଠି 

ଲୋକେ ଜମା ହେଲେ ଦେଖି ସବୁଟି 

ସାବାସୀ ମୁନା ମୁନିଙ୍କୁ ଉପହାରେଟି 

ବୁଢ଼ୀ ମାଉସୀ ଦେଖିଲେ ରଥ ଆଗଟି 

ଆର୍ଶୀବାଦ ପାଇ ମୁନାମୁନି ସୁନାପିଲା ଦୁଇଟି

ଫେରିବା ବେଳେ କିଣିଲେ ଗଛ ତିନୋଟି 

ଲାଗାଇ ମୂଳରେ ଦେଲେ ପାଣି ଓ ମାଟି 

ନାମ ଦେଲେ ଜଗା ବଳିଆ ସୁଭଦ୍ରା ମାଆଟି 

ଏ ବର୍ଷ ରଥରେ ଲିମ୍ବ ଗଛରେ ଓଁ ଲେଖାଟି 

ଗଢ଼ା ହେଲେ ଜଗନ୍ନାଥ ପ୍ରଭୁ ସେଇ ଗଛେଟି 

ଆଉ ଯିଏ ରହେ ଅମ୍ଳଜାନ ଦିଅଇ ବାଣ୍ଟି

ମୁନା ମୁନି କଥା ଉଦାହରଣ ଗୋଟି 

ଆ ରଥ ଦେଖିଯିବା କହି ଭାଈ ଭଉଣୀ ଦିଟି 

ରଥ ଦଉଡି ଧରନ୍ତି ଖୁସିରେ ହସି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational