Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ରଥଯାତ୍ରା ରେ

ରଥଯାତ୍ରା ରେ

1 min
131



ଝୁଲି ଆସନ୍ତି କାଳିଆ ସାଆନ୍ତ

ନନ୍ଦିଘୋଷରେ

ଆଗେ ଆଗେ ବଡ଼ଭାଇ ବଳଭଦ୍ର ଅନନ୍ତରଥରେ ତାଳଧ୍ଵଜରେ ।


ପଛେ ପଛେ ଆସି ହଲଦୀମୁଖି ସେ ଜୀବନ୍ତ

ଦେବଦଳନରେ

ଲକ୍ଷ୍ମୀ ସାଆନ୍ତାଣୀ ରହନ୍ତି ମନ୍ଦିରେ ଏକାନ୍ତ

ମନଦୁଃଖରେ ।


ତିନି ଠାକୁର ସେ ଚତୁର୍ଦ୍ଧା ଆସିଛନ୍ତି ନୀର୍ଲିପ୍ତ

ଭକ୍ତ ଭାବ ଡୋରିରେ

ଗୁଣ୍ଡିଚା ମାଉସୀ ପୋଡପିଠା ଖୁଆଏ ଅନ୍ତତ

ଷଷ୍ଠୀ ଘରେ ଠାକୁରେ ।


ଆଡ଼ପ ମଣ୍ଡପେ ଦର୍ଶନେ ଭକ୍ତ ଅଭିଶପ୍ତ

ଯାଏ ରହେ ନିଶ୍ଚିନ୍ତରେ

ବରଷକେ ଥରେ ନୀତି ନିୟମ ଅପର୍ଯ୍ୟାପ୍ତ

ରଥ ଯାତ୍ରାରେ ।


ଛେରା ପହଁରା କରନ୍ତି ଗଜପତି ସ୍ଵହସ୍ତ

ହୃଦେ ପବିତ୍ରତାରେ

ଜଗନ୍ନାଥ ସେ ଭକ୍ତିରେ ତୃପ୍ତ ଜାଣେ ଜଗତ

ସେପାଇଁ ଏ ରଥ ଯାତ୍ରାରେ ।


ହରିବୋଲ ହୁଳହୁଳି କରତାଳି ପଡୁଥାଏତ

ଭକ୍ତ ଭକ୍ତିରେ

ଶ୍ରୀମନ୍ଦିରଛାଡି ଗୁଣ୍ଡିଚାବାଡ଼ି ଉଠେ ପଡ଼େତ

ଘୋଷ ଯାତ୍ରାରେ ।


ଏଇଠୁ କରୁଛି ଦଣ୍ଡବତ ସାଷ୍ଟାଂଗ ପ୍ରଣିପାତ

ଘେନା କର ଆରତ, ଦୁଃଖ ଫେଡ଼ ତ୍ୱରିତ

ଗୁହାରି ବାରେ ମୋରେ



Rate this content
Log in

Similar oriya poem from Action