STORYMIRROR

Prafulla Chandra Mishra

Inspirational

2  

Prafulla Chandra Mishra

Inspirational

ରଥଲଗ୍ନେ ବିଜେ କଳାଶ୍ରୀମୁଖ

ରଥଲଗ୍ନେ ବିଜେ କଳାଶ୍ରୀମୁଖ

1 min
185


ବଡ଼ଦାଣ୍ଡ ଆଜି ବଡ ଗହଳ 

ଜନ ସମୁଦ୍ର କି ଉଛୁଳେ କୂଳ

ଦରିଆ ର ଗରଜନ ଶବଦ

ପ୍ରତିହତ କରେ ଏ କୋଳାହଳ ଯେ

ରୁଣ୍ଡ ହୋଇଛନ୍ତି ସରଗ, ପାତାଳ 

ତିନିପୁର ସୁର, ନର ଯେ

ସତେ, ଗୁଡକୁ ପିମ୍ପୁଡ଼ି ଧାର ଯେ  ।।


କି ରୁଚିରେ ଉଭା ତିନି ସ୍ୟନ୍ଦନ

ନନ୍ଦିଘୋଷ ରଥ ଦେବଦଳନ

ତାଳଧ୍ଵଜ ରଥେ ରେବତୀ ପତି

ଆସିବିଜେ ହେବେ କଳା ବାମନ ଯେ

ଦୁଇ ଭାଇ ମଧ୍ୟେ ଭଦ୍ରା ଚାନ୍ଦ ମୁହିଁ

ବିଜେ ଘେନି ସୁଦର୍ଶନ ଯେ

ଆହା, ବହେ ମଳୟ ପବନ ଯେ ।।


ହରିବୋଲ ହୁଳହୁଳି ଶବଦ

ତେଲିଙ୍ଗି ବାଜାରେ ମହୁରୀ ନାଦ

ମଙ୍ଗଳ କାହାଳୀ ବାଜେ ଭେରି,ତୁରୀ

ଅପସରା ନୃତ୍ୟ ଗନ୍ଧର୍ବ ବାଦ୍ୟ ଯେ

ଭକତ ମେଳରେ ଢଳି ଢଳି ଆସେ

ସତେ କି ମୋ କଳା ଚାନ୍ଦ ଯେ

ସେତ, ଜାଣଇ ଅନେକ ଛନ୍ଦ ଯେ ।।


ବରଷକେ ଥରେ ଲଗାଏ ଲୀଳା 

ଅପୂର୍ବ,ଅଲଭ୍ୟ ଘୋଷ ଯାତରା

ରଥେ ଥରେ ତାକୁ ଦରଶନ କଲେ

ନାହିଁ ପୂର୍ନଜନ୍ମ ଯମର କାରା ଯେ

ଆସ ଆସ ବନ୍ଧୁ ଆସରେ ଭକତ

ସେଇତ ଶୋକ ପାସୋରା ଯେ

ଦର-ଶନେ କବି ଆତ୍ମହରା ଯେ  ।।



Rate this content
Log in

Similar oriya poem from Inspirational