Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ରଥ ଯାତ୍ରା

ରଥ ଯାତ୍ରା

1 min
381



ରଥ ରେ ବସିବ କଳା ବାମନ 

    ଆଖି ମୋ କରିବ ତୁମ ଦର୍ଶନ

ଭାଇ ଭଉଣୀ ସାଥେ ବିଜେ ହୋଇବ

    ଚାହଁି ଥିବ ତୁମକୁ ଭକତ ନୟନ ।


କେତେ ଦୂରୁ ଭକତ ଛୁଟି ଆସିବେ

ଜୀବନର ଦୁଃଖ ସବୁ କହିବେ

ତୁମ ପାଇଁ କାହାର ମନ ବ୍ୟାକୁଳ

ଦେଖ ନାହିଁ ତୁମେ ଜାତି ଆଉ କୂଳ ।


ସବୁ ପାପ କୁ କରିବ ମୋଚନ

   ଭବ ବାଧା ହରି ନେବ କଳା ବଦନ ।


ବଡ଼ ଦାଣ୍ଡେ ଶୁଭୁ ଥିବ ଗହଳ ଚହଳ

ତୁମ ନାମ ଶୁଣି ମନ ହୋଇବ ନିର୍ମଳ

ଆକାଶ ରୁ ଦେବତା ତୁମକୁ ଦେଖିବେ

ତୁମ ପାଇଁ ନାଚିବେ ତୁମ ପାଇଁ ଗାଇବେ ।


ରଥ ରେ ଦିଶିବ ତୁମ ଚକା ନୟନ

  କାଟି ଯିବ ସଭିଙ୍କ ଭବ ବନ୍ଧନ ।



Rate this content
Log in

Similar oriya poem from Inspirational