STORYMIRROR

Aishwarya Mishra

Inspirational

4  

Aishwarya Mishra

Inspirational

ରଥ -ପଥ- ଜଗନ୍ନାଥ

ରଥ -ପଥ- ଜଗନ୍ନାଥ

1 min
213


ଉତ୍କୃଷ୍ଟ କଳାର ଦେଶ ମୋ ଉତ୍କଳ

ତେର ପର୍ବ ବାର ମାସେ

ତନ୍ମଧ୍ୟରେ ଶ୍ରେଷ୍ଠ ରଥ ଯାତରା ଗୋ

ହୁଅଇ ଆଷାଢ ମାସେ,


ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଯିବେ

କୋଟି ଓଡ଼ିଆଙ୍କ ନାଥ

ଶ୍ରୀକ୍ଷେତ୍ର ଭୂମିରେ ପଡୁଥିବ ହୁରି

ରଖ ରଖ ଜଗନ୍ନାଥ ,


ପଥ ପରେ ରଥ ରହିଛି ପ୍ରସ୍ତୁତ 

ଚାହିଁଛନ୍ତି ଘୋଡ଼ା ଚାରି

କେବେ ସେ ଆସିବେ, ରଥେ ବିରାଜିବେ

ପ୍ରଭୁ ନିଳାଦ୍ରୀ ବିହାରୀ,


ଫୁଲ ଟାହିଆ ଯେ ଝୁଲୁଥିବ ଧିରେ

ଦିଶୁଥିବ ମନୋରମ 

କହୁଥିବ ସଦା ଭକତ କାନରେ

ବ୍ରହ୍ମ ବିନା ସବୁ ଭ୍ରମ ,


ଦଇତା ପିଠିରେ ଲଦି ହୋଇ ପ୍ରଭୁ

ବିଜେ ହୋଇବେ ରଥରେ

ଜନ୍ମବେଦୀ ଲକ୍ଷ୍ୟେ ଆରମ୍ଭିବେ ଯାତ୍ରା

ଭାଇ ଭଉଣୀ ସଙ୍ଗରେ,


ରଥ କହୁଥିବ ଶ୍ରୀଅଙ୍ଗ ସ୍ପର୍ଶରେ

ହୋଇଅଛି ଆଜି ଧନ୍ୟ

ପଥ କହୁଥିବ ଜଗା ପରଶରେ

ଲଭିଲି ମୁଁ କୋଟି ପୁଣ୍ୟ,


କଠୋର ନିର୍ଦ୍ଦୟ ଜୀବନର ପଥେ

ଆତ୍ମା ଏହି ନନ୍ଦିଘୋଷ 

ପୁଣି ବିଜେ ତହିଁ ପରମାତ୍ମା ରୂପେ

ମହାପ୍ରଭୁ ଜଗନ୍ନାଥ,


ଜୀବନ ଶ୍ରୀକ୍ଷେତ୍ରେ ନିତି ଦିନ ଚାଲେ 

ପ୍ରାଣ ରୂପୀ ରଥଯାତ 

ବଇଁଶୀର ସୁରେ ହସୁଥା'ନ୍ତି ମନେ

ରଥ-ପଥ- ଜଗନ୍ନାଥ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational