STORYMIRROR

Ajaya Mahala

Romance

2  

Ajaya Mahala

Romance

ରୋକେ କିଏ

ରୋକେ କିଏ

1 min
13K


ରୋକେ କିଏ

ଜୁଡ଼ୁବୁଡ଼ୁ ମାଠିଆର

ସେ ଛଲକାପାଣିକୁ

ଯେତେବେଳେ ତାହା

ଅଣ୍ଟା ଉପରକୁ

ଅଧା ଖୋଲା ଶରୀରର ରାସ୍ତା ଦେଇ

ତନୁଲତାକୁ ଛୁଇଁବାକୁ

ଚେଷ୍ଟା କରେ

ତୁମ ବକ୍ଷର ସ୍ବେଦକୁ

ରୋକେ କିଏ

ଯାହା ପାଇଁ

ଅଧା ବାଟ ଯାଇ

ଅଟକି ରହି ଯାଏ ସେ

ଅଧା ଭିଜା ବ୍ଲାଉଜର

ଅର୍ଦ୍ଧବୃତ୍ତାକାର ବଳୟ ଖଣ୍ଡରେ

କିଏ ରୋକେ

ମୋ ଆଖିର ଲୁହକୁ

ଯିଏ ନିତ୍ୟନିୟତ

ବହିବାକୁ ଚାହେଁ

ତୁମ ହୃଦୟର

ହ୍ରଦ ଭିତରକୁ

ଲୁଣି ନଦୀଟିଏ ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance