STORYMIRROR

Sunanda Mohanty

Abstract Tragedy Action

3  

Sunanda Mohanty

Abstract Tragedy Action

ରଣଭୁଇଁ

ରଣଭୁଇଁ

1 min
191


ବୀର ମାରେ ଅବା ମରେ ରଣେ

ଏକଥା ସତ୍ୟ ନିଶ୍ଚିନ୍ତ

ହେଲେ ଜୀବନଟା ଅକାରଣ ସିନା

ମନପକ୍ଷୀ ସଦା ଆହତ

ସ୍ରଷ୍ଟା ଖଞ୍ଜିଛନ୍ତି ଫୁଲ ଫଳ ନଦୀ ହ୍ରଦ

ମଣିଷ ଜନମେ ନଦେଖିଲି ଯେବେ

ପରବ ପୁନିଅଁ ଜାନି ଜାତ

କାହିଁକି ମାଆ ମତେ ଜନମ ଦେଲୁ

ସୈନିକ ମୁଁ ପରାହତ

ସୀମା ସୁରକ୍ଷା ଅବା ଦେଶ ରକ୍ଷା ପାଇଁ

ଜାତ କଲୁ କିଆଁ ମାତ

ଜୟ ଯବାନ ଜୟ କିଷାନ ଧ୍ବନିରେ

ସୃଷ୍ଟି ହୁଏ ପ୍ରକମ୍ପିତ ସତ

କଣ ପାଇଲି ମଣିଷ ଜନମେ ପ୍ରଶ୍ନ

ମୋ ଭିତରେ ପ୍ରତିଶତ

କାହିଁକି ବିବାଦ କାହିଁକି ବଡିମାରେ

ଉତ୍ତର ରଖେ ରାମାୟଣ ମହାଭାରତ

ତଥାପି ସମର ଚାଲିଛି ଚାଲିବ

ଏହା କିବା ସାରସ୍ବତ

ଜୀବନ ଯୁଦ୍ଧରେ ଜିଣି ବି ହାରିଛି

ତୋର ଏ ସୈନିକ ପୁତ୍ର 

ଦୂରୁ ଥାଇ ରକ୍ଷା କରେ ଦେଶ ମାତୃକାକୁ

ଜୀବନ ଭିତରେ ଏଇଠୁ କରେ ପ୍ରଣିପାତ

ଆଶୀର୍ବାଦ ଦେଲୁ ବଞ୍ଚିବାକୁ ବର୍ଷ ଅନେଶତ

ମର ଶରୀର ମୋ ଜିନ୍ଦାବାଦ ଅବା ମୁର୍ଦାବାଦ

ଜୀବନ କାଳରେ ପିଏ ବିଷ ଅମୃତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract