STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ରଙ୍ଗନାଥ ହେ

ରଙ୍ଗନାଥ ହେ

1 min
316


ମୋତେ ରଙ୍ଗାଇ ଦିଅ ଆଜି ତୁମ ରଙ୍ଗରେ,

ପାଦ ତଳ ଧୂଳି କଣା ହେଉ ପଛେ

ଜଡ଼ାଇ ନିଅ ମୋତେ ତୁମ ଅଙ୍ଗରେ। 

ରଙ୍ଗନାଥ ହେ .....

ମୋତେ ରଙ୍ଗାଇ ଦିଅ ଆଜି ତୁମ ରଙ୍ଗରେ।। 


ତୁମେ ମହାସିନ୍ଧୁ ଅନ୍ତଃହୀନ ସତ୍ତା

ମୁଁ ଛାର ପ୍ରଗଳ୍ଭ ବିନ୍ଦୁଏ ସରିତା,

ତୁମେ ଲକ୍ଷ ତୁମେ ସାଧନ ସଂହିତା

ଛୁଇଁଦେଲେ ତୁମେ ଲଭିବି ପୂର୍ଣ୍ଣତା। 

ଡେରି ହେଉ ପଛେ କରିବି ପ୍ରତୀକ୍ଷା 

ନ ମିଶିବା ଯାଏଁ ତୁମ ସଙ୍ଗରେ।

ରଙ୍ଗନାଥ ହେ....

ମୋତେ ରଙ୍ଗାଇ ଦିଅ ଆଜି ତୁମ ରଙ୍ଗରେ।। 


କାମନା ବାସନା ରଙ୍ଗ ଛିଟା ଯେତେ

ଲାଗି ମୁଁ ସାଜିଛି ବେରଙ୍ଗ ଛବିଟେ,

ମାୟା ବାଟବଣା କରେ ଅବିରତେ

ସେ ପାଇଁ ତୁମ୍ଭଙ୍କୁ ପ୍ରତିଦିନ ଚିନ୍ତେ।

ଜଳୁ ପଛେ ମୋର ବ୍ୟକ୍ତିତ୍ୱର ଧନ

ମୋତେ ଆହୁତିଟେ କର ତୁମ ଯଜ୍ଞରେ

ରଙ୍ଗନାଥ ହେ....

ମୋତେ ରଙ୍ଗାଇ ଦିଅ ଆଜି ତୁମ ରଙ୍ଗରେ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract