ରଙ୍ଗମଞ୍ଚ ଜଗତ
ରଙ୍ଗମଞ୍ଚ ଜଗତ
ଏ ଦୁନିଆ ସତେ ରଙ୍ଗମଞ୍ଚ
ଆମେ ସବୁ ଅଭିନୟ କରିଥିବା
ଗୋଟେ ଗୋଟେ ଚରିତ୍ର
କେତେବେଳେ କ୍ରୋଧିତ
କେତେବେଳେ ନୀରବ
କେତେବେଳେ ସ୍ଥିର ଅସ୍ଥିର
କାହା ନଜରେ ଭଲ
କାହା ନଜରେ ମନ୍ଦ
ଆମର ଏ ଅସଲ ପରିଚୟ ।
କେତେବେଳେ ବଦଳି ପାରେ
ହାବ ଭାବ
ଏ ଜୀବନ ବି ହୋଇପାରେ
ଅସ୍ତ ବ୍ୟସ୍ତ
ଅଜଣା ପରିସ୍ଥିତି
ବଦଳାଇ ଦେବ
ଜୀବନର ଚଳ ପ୍ରଚଳ ସ୍ଥିତି
ଯେମିତି ପୁନର୍ଜନ୍ମ ନେଇଛି
ମନ୍ଦ ପଥ ପରିତ୍ୟାଗ କରି
ସୁପଥରେ ପୟର ଥୋଇଛି
ଅଭିନୟ କରୁଛି କରିଵି
ଆସୁ ସକାଳ ସଞ୍ଜ କି ରାତି
