Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Romance Others

3  

Akshayakumar Dash

Romance Others

ରଙ୍ଗଗୀତ

ରଙ୍ଗଗୀତ

1 min
235


ନାଲି ଚାରି ଗୋଟି କହରେ ନାଗର

ନାଲି ଚାରି ଗୋଟି ତୁଲ

ନକହିପାରିଲେ ନାଗରରେ

ଦେବିନାହିଁ ପ୍ରେମ ମୂଲ ।

ମନ୍ଦାର ରଂଗଣି ଗୋଲାପ ନାଗରୀ

ଆଉ ନାଲି ତୋର ଓଠ

ନାଗରୀ ଲୋ ଆଉ ନାଲି ତୋର ଓଠ

ରଙ୍ଗ ମାଖିବାକୁ କରନି ହଟ

ନାଗରୀ ଲୋ

ମନ ହୁଏ ଛଟପଟ ନାଗରୀ ଲୋ ।

ରଙ୍ଗ ସାତଗୋଟି କହରେ ନାଗରୀ

ରଙ୍ଗ ସାତଗୋଟି କହ ନାଗରୀ ଲୋ ରଙ୍ଗ କହ

ନକହି ପାରିଲେ ନାଗରୀ ଲୋ

ଯିବି ଛାଡି ତୁଟା ରହ ନାଗରୀ ଲୋରହ ।

ନାଲି ଧଳା କଳା ହଳଦୀ ସବୁଜ

ବାଇଗଣୀ ଆଉ ନୀଳ 

ନାଗର ରେ ବାଇଗଣୀ ଆଉ ନୀଳ

ଆଉ ରଙ୍ଗ ତୋଳ ପାଚିଲା ଫଳ

ନାଗର ରେ ଜାଣିବି କେତେତୋ ବଳ ।



Rate this content
Log in

Similar oriya poem from Romance