Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ରଙ୍ଗେଇ ନାନୀ

ରଙ୍ଗେଇ ନାନୀ

1 min
321



ରଙ୍ଗେଇ ନାନୀ ଲୋ ରଙ୍ଗେଇ ନାନୀ

ପଣତ କାନି ତୁ      ଟେକି ଧରନି

ପାଠ ପଢା ଘର ଅଟେ  ଶୂନ ତୋର

ସଭାନେତ୍ରୀ ହୋଇ ମହିଳା ଗୋଷ୍ଠୀର

ମିଛରେ ଦେଖାଉ ଛଇ ଚଟଣୀ ।।


ଘଇତା ହେଲେଣି ଘରେ ଘରଣୀ

ପିଲାଛୁଆ ଧନ୍ଦା କେତେ ଯେ ପୁଣି

ବାସନ ମଜାଠୁଁ ଲୁଗାସଫା ଯାଏ

ଚୁଲି ଫୁଙ୍କେ ପୁଣି ଦୁଆର ଓଳାଏ 

ସୁନା ପିଲା ପରି ରହଇ ତୁନି ।।


ପଦିଏ କହିଲେ   ରକ୍ଷା ମିଳେନି 

ଯଉତୁକ ଦଫା    ଲାଗଇ ପୁଣି

ମିଛ ସତ କେତେ ନ ଯାନ୍ତି ପରତେ

କଳା କୋଟ୍ ପିନ୍ଧା ହାକିମ ତୁରିତେ

ଦୋଷୀରେ ସଜାନ୍ତି ସେ ଜାଣି ଶୁଣି ।।


ସରକାର କଲେ   ନାରୀ ଆଇନ

ନାରୀକୁ ସମ୍ମାନ   ସ୍ଲୋଗାନ୍ ପୁଣି

ଖୋଲିଲେ ମହିଳା ସଂଗଠନ ପରା

ଯୋଜନା ମାଧ୍ୟମେ ତାଲିମ ଆସରା

ବିଦେଶରୁ ଟଙ୍କା ସୁଧକୁ ଆଣି ।।


ଦେଶ ଡୁବିଯାଉ   କରଜ ଆଣି

ପାକିସ୍ଥାନ ପରି    ହେବ ଅନ୍ଧୁଣୀ

ଆଗକୁ ଦେଖି ତୁ ଚାଲୁଥିବୁ ପାଦେ

ସ୍ବାର୍ଥ ପାଇଁ ଦେଶ ନପଡୁ ବିପଦେ

ମାତୃଭୂମି ମାଆ ସମ୍ମାନ ଜାଣି ।।



Rate this content
Log in

Similar oriya poem from Inspirational