STORYMIRROR

Umashankar Satpathy

Romance

3  

Umashankar Satpathy

Romance

ରଙ୍ଗ********

ରଙ୍ଗ********

1 min
301


ତୁମ ରଙ୍ଗ ଲାଗେ କେବେ

କୁହୁଡିର ରଙ୍ଗ 

ଯୋଉଦିନ ପାହାନ୍ତାରେ ଆସି 

ମୋ ସ୍ଵପ୍ନ ଭାଙ୍ଗ

ଗୋଲାପୀ ଗୋଲାପୀ ଲାଗ

ସର୍ବାଙ୍ଗ ଶରୀରେ 

ଯେବେ ମନ୍ଦିରେ ଘଣ୍ଟି ବାଜେ

ସୂର୍ଯ୍ୟୋଦୟ ପରେ

କେତେ କିଏ ଉପମା ଦିଅନ୍ତି

ତୁମ ବୟସ ରଙ୍ଗରେ

କୃଷ୍ଣଚୂଡ଼ା ସମ

ରଙ୍ଗ ଶ୍ରାବଣ ଶେଷରେ

ହାତ ଯେବେ ଥାଏ ତୁମ

ସଂଜ ଦୀପାଳୀରେ

ରଙ୍ଗେଇ ହେଇଥା ପରା 

ସୂର୍ଯ୍ୟାସ୍ତ ରଙ୍ଗରେ

ଅନ୍ଧକାରେ ଆଖିକୁ ମୋ

ଦିଅ ଗୋ ସାନ୍ତ୍ଵନା 

ଜ୍ୟୋସ୍ନା ହୁଏ ଆନମନା

ଚନ୍ଦ୍ର ଆଲୋକରେ

ତୁମ ରଙ୍ଗ ଠାରେ ହାରେ

ସପ୍ତରଙ୍ଗୀ ଇନ୍ଦ୍ରଧନୁ ସତେ

କୋଉଠୁ ଚୋରାଇ ଆଣିଲ

ରଙ୍ଗ ....

ଯାହା ତୂଳୀ ବି ନ ଧରେ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance