STORYMIRROR

Alekha Pasad Moharana

Abstract

4  

Alekha Pasad Moharana

Abstract

ରଙ୍ଗ ରହେ ନାହିଁ

ରଙ୍ଗ ରହେ ନାହିଁ

1 min
241


ରଙ୍ଗ ରହେ ନାହିଁ କାହାର ଜୀବନେ

ଦିନେ ପଡିଯିବ ଫିକା

ଆଜି ଯିଏ ରାଜା କାଲି ହୁଏ ପ୍ରଜା

କର୍ମ ଦୋଷେ ଭୋଗେ ଶଙ୍କା ।(୧)

ଧନ ଯଉବନ ମାନ ସନମାନ

ଗର୍ବ ଅହମିକା ଯେତେ

ଚିରସ୍ଥାୟୀ ନୁହେଁ ଅସାର ସଂସାରେ

ଭାସିଯାଏ କାଳ ସ୍ରୋତେ ।(୨)

ଜୀବନର ପଥ ସଦା ଅନିଶ୍ଚିତ

କେବେ ହସ କେବେ କାନ୍ଦ

ଦୁଃଖ ସୁଖ ଲବ୍ଧ ନିଶ୍ଚିତ ପାରବ୍ଧ

ଯଥା ଦାନୀ ହରିଶ୍ଚନ୍ଦ୍ର ।(୩)

ତରୁ ତୃଣ ଲତା ମାନବ ଦେବତା

ଯକ୍ଷ ଦାନବ କିନର

ସଂସାର ନିୟମେ ଆତଯାତ ସର୍ବେ

ଲଙ୍ଘିଲେ ନିୟମ କ୍ରୁର ।(୪)

ଆଚରଣ ସଦା ଧରମର ମୁଦ୍ରା

ବିଚାରେ ପଣ୍ଡିତ ଶ୍ରେଷ୍ଠ

ନୀତି ନୈତିକତା ଆଦର୍ଶ ପ୍ରାଣତା

ଦକ୍ଷତା ତ ବ୍ରହ୍ମ ଅସ୍ତ୍ର ।(୫)

ସାର୍ଥକ ଜୀବନ ସଦା ଅମଳିନ

ବଞ୍ଚିବାର ମୂଳ ମନ୍ତ୍ର

ଦ୍ଵନ୍ଦ ବାଧା ବିଘ୍ନ  ସହେ ଯେଉଁ ଜନ

ଭରି ଯାଏ ଶୁନ୍ୟ ପାତ୍ର।(୬)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract