STORYMIRROR

Ashok Kumar Pradhan

Drama

4  

Ashok Kumar Pradhan

Drama

ରଙ୍ଗ ଜୋକର୍

ରଙ୍ଗ ଜୋକର୍

1 min
23.1K


ମୁହଁରେ ରଙ୍ଗ ବୋଳି 

ଅନ୍ୟକୁ ହସାଇବାରେ 

ଆନନ୍ଦ ପାଏ ସେ 

ଥାଏ ଅନେକ ଦୁଃଖ ମନରେ 

ରଙ୍ଗ ବଜାରର ସେ 

ରଙ୍ଗ ଜୋକର୍ ll


ସମସ୍ତଙ୍କୁ ହସର ଖୋରାକ୍ 

ବୁଣି ସାରିଲା ପରେ 

ରଙ୍ଗ ଛଡାଇ ଫେରିଯାଏ 

ତା ତେଲ ଲୁଣ ସଂସାରକୁ 

ଆଉ ଗୋଟେ ଦିନର ଯୋଜନା 

ପ୍ରସ୍ତୁତ କରି ପୁଣି ସାଜେ 

ରଙ୍ଗ ଜୋକର୍ ll


ବୁଝିଛ କି କେବେ ତା 

ବୁକୁତଳ ଦୁଃଖକୁ 

ମନ ତଳ ଶୋକକୁ ଆଉ 

ଅପ୍ରକାଶ୍ୟ ମନର ଭାଷାକୁ 

ନିଜେ ଜଳି ଜଳି ଅନ୍ୟକୁ ହସାଇବାରେ 

ନିଟୋଳ କଳା ର ଗନ୍ତାଘର

ରଙ୍ଗ ଜୋକର୍ ll


ଆଜିର ଭାବନା କାଲିକି ଥାଉ 

ଅସୁମାରୀ ସ୍ଵପ୍ନ ମନରେ ଥାଉ 

ସ୍ଵପ୍ନର ତାଜମହଲରେ 

ମୁମତାଜ ଜୀବନ୍ତ ହେଉ 

ରଙ୍ଗ ଭରିଯାଉ ଶୁଷ୍କ ଜୀବନର 

ରଙ୍ଗ ଜୋକର୍ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama