ରଙ୍ଗ ବୈଷମ୍ୟତା
ରଙ୍ଗ ବୈଷମ୍ୟତା
ଏହି ରଙ୍ଗ ତଳେ ବୈଷମ୍ୟତା ଲୁଚି
ଜୀବନକୁ ଦିଏ କଷ୍ଟ
କଳୁଷ ବ୍ୟସନେ ଅପବିତ୍ର କରି
ମନ ହୁଏ ବ୍ୟୟକୁଣ୍ଠ ।
ଶ୍ୟାମଳୀ ଯୁବତୀ ମନେ ଆସେ ଭୀତି
ଏଇ ରଙ୍ଗ ବ୍ୟବଧାନେ
ନିଷ୍ଫଳତା ଯେତେ ମନର ମାନସ
ମରେ ଅସୁନ୍ଦରୀ ତାନେ ।
ବୀଳିକ ଅଳୀକ ରଙ୍ଗ ବୋଳା ଭୋକ
ବର୍ଦ୍ଧିତ ବ୍ୟୟ ବହୁଳ
ବିଖ୍ୟାତ ପ୍ରଖ୍ୟାତ ବୁଦ୍ଧି ଜ୍ଞାନ ଧସ୍ତି
ବଢାଏ ରଙ୍ଗେ ଆକୁଳ ।
ରଙ୍ଗର ମୁଲକ ରଙ୍ଗର ଝଲକ
ଆକର୍ଷେ କେବଳ ଜନ
ମାୟା ସରୋବରେ କନକ ନଉକା
ମହ୍ଲାର ନ ଦିଶେ ଚିହ୍ନ ।
