Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Inspirational Others

4.3  

Sambit Srikumar

Inspirational Others

ରକ୍ତରଞ୍ଜିତ ଲାଲଗଡ଼

ରକ୍ତରଞ୍ଜିତ ଲାଲଗଡ଼

1 min
166



ଶତାବ୍ଦୀ ଶତାବ୍ଦୀର ବହଳ ଅନ୍ଧକାର 

ତହିଁରେ ଶୋଷିତ ପୀଡିତ ବଞ୍ଚିତ

ମଣିଷର ତତଲା ନିଃଶ୍ବାସର ଉଷ୍ମତା 

ଗୁଞ୍ଜରିତ ଜନ ଅସନ୍ତୋଷ ଆଧାରିତ 

ଫମ୍ପା ଆଦର୍ଶବାଦର ରଣ ହୁଙ୍କାର

ସୁଯୋଗ ଦେଖି ତାଜା ରକ୍ତରେ 

ରଞ୍ଜିତ ହେବାର ସୁବିଧାବାଦୀ ମାନସିକତା 

ଏଇ ତ ଲାଲଗଡ଼ର ଲାଲମାଟିର କଥା 

ଜୀବନ ଆଉ ଜୀବିକା ଦାୟରେ 

ଚିର ଉପେକ୍ଷିତ ଭୋକର ଭୂଖଣ୍ଡରେ 

ରକ୍ତ ନଦୀ ସନ୍ତରଣ କରିବାର ଆସ୍ପର୍ଦ୍ଧା!! 


ଦଶନ୍ଧି ଦଶନ୍ଧି ଧରି ଲାଗି ରହିଛି

ଛଦ୍ମଯୁଦ୍ଧ ବଣ ପାହାଡ଼ ଘେରା 

ଦୁର୍ଗମ ଅନ୍ଧାରୀ ମୂଲକରେ

ବଳି ପଡୁଛି ନିରୀହ ଜୀବନ 

ପରାନ୍ନଭକ୍ଷୀ କୁଚକ୍ରୀଙ୍କ ଚକ୍ରବ୍ୟୁହରେ 

ଶାସକ ଓ ଶୋଷିତ ମଧ୍ୟରେ 

ଚାଲିଥିବା ଲୁଚାଛପା ଅଥଚ 

ସର୍ବଜନବିଦିତ ଗରିଲା ଲଢ଼େଇରେ!! 


ଏଠି ନୀତି ଆଦର୍ଶର ଲଢ଼େଇ ଚାଲିଛି

ନା ପତିଆରା ଜାହିର୍ କରିବାର 

ଏଇ ପ୍ରଶ୍ନରେ ଆଜି ସଭିଏଁ ନିରୁତ୍ତର

କିନ୍ତୁ ତର୍କ ବିତର୍କ ଚାଲିଛି ସବୁଠିଁ 

ଛକରୁ ବଜାର ଗାଁରୁ ସହର 

ଜାଣି ଶିଆଣା ତାନ୍ତ୍ରିକ ସାଜି 

ହାତରେ କାଉଁରୀକାଠି ଧରି 

ଜୁଈର ଡହକ ନିଆଁରେ ରାଜନୀତିର 

ରୁଟି ସେକିବାକୁ କତିପୟ ଆଗଭର

ତ ଆପଣାକୁ ସଂଗ୍ରାମୀ ବୋଲାଇବାକୁ 

ଆଉ ଥୋକେ ନଛୋଡ଼ବନ୍ଧା 

ମାନବାଧିକାରର କଥା ଏଠି ତ 

କେବେଠୁଁ ହୋଇଛି ପାଶୋର!! 


ସମସ୍ଯାର କାରଣ ନିରାକରଣ 

ସମାଧାନର ସୂତ୍ର ବାହାର କରିବାକୁ 

କେଜାଣି କାହିଁକି ସଭିଏଁ ପଶ୍ଚାତପଦ

ଉଭୟ ପକ୍ଷ ମଣିଷର ତାଜା ରକ୍ତରେ 

ହୋଲି ଖେଳିବାର ଉନ୍ମାଦନା 

ମାଦକତାରେ ବିଶେଷ ରୋମାଞ୍ଚିତ

ପୋଡ଼ା ରକ୍ତ ମାଂସର ଆଘ୍ରାଣେ 

ଆହ୍ଲାଦିତ ଆମୋଦିତ ସଂତୃପ୍ତ!! 


ଆଉ କେତେ ଦିନ ଏମିତି

ଚାଲିଥିବ ଏଇ ଲୁଚକାଳି ଖେଳ

ପ୍ରତିଶୋଧ ନେବାର ଆଉ ପରାକାଷ୍ଠା 

ପ୍ରଦର୍ଶନର ବାଘବଜାରୀ ଖେଳ

ଆଉ କେତେ ରକ୍ତନଦୀର ସୁଅ 

ଛୁଟୁଥିବ ପବିତ୍ର ଭାରତବର୍ଷରେ?? 


ଅଧିକାର ସାବ୍ୟସ୍ତ କରିବା ବାହାନାରେ

କେବେ ତ ଥରେ କର୍ତ୍ତବ୍ୟର କଥା ଭାବ

ଉଜୁଡ଼ି ଯାଉଥିବା ଅସଂଖ୍ଯ ସଂସାର

ବିଗିଡ଼ି ଯାଉଥିବା ପୀଢ଼ିର କଥା ଭାବ

ସହୃଦୟତାର ସହିତ ଉଦାତ୍ତ ଚିତ୍ତରେ

ନ୍ଯସ୍ତ ସ୍ବାର୍ଥର ଦିଅ ନିଷ୍ଠାର ଆହୁତି 

ରାଷ୍ଟ୍ର ନିର୍ମାଣର ମହାଯଜ୍ଞରେ 

ହୁଏତଃ ଚିରସ୍ଥାୟୀ ସମାଧାନର 

କିଛି ନା କିଛି ପନ୍ଥା ତ ଦିନେ 

ଆପଣା ଛାଏଁ ଆସିବ ବାହାରି 

ଅନ୍ତତଃପକ୍ଷେ ଆମରି ଜୀବଦ୍ଦଶାରେ!!


Rate this content
Log in

Similar oriya poem from Inspirational